ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୁରିବାହାଲ: କିରାନା ଦୋକାନରେ ଲାଗିଲା ନିଆଁ: ଜଳିଗଲେ ମହିଳା, ସାମଗ୍ରୀ ପୋଡ଼ି ପାଉଁଶ

ମୁରିବାହାଲ: କିରାନା ଦୋକାନରେ ଲାଗିଲା ନିଆଁ: ଜଳିଗଲେ ମହିଳା, ସାମଗ୍ରୀ ପୋଡ଼ି ପାଉଁଶ – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା ୨୩/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ଗ୍ରାମରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ଗୋପାଳ ଦୋରା ଦୋକାନରେ ପୂଜା କରି ଦୀପ ଜାଳିଥିଲେ। ପରେ ପବନ ଆସିବାରୁ ଦୀପଟି କିରାନା ଦୋକାନରେ ଥିବା ପେଟ୍ରୋଲ ସଂସ୍ପର୍ଶରେ ଆସିଥିଲା। ଫଳରେ ଦୋକାନଟି ଜଳିଯାଇଥିଲା। ଏହି ସମୟରେ ଗୋପାଳ ଦୋରାଙ୍କ ମାଆ ଦ୍ରୌପଦୀ ଦୋରା ଦୋକାନରେ ଥିବା ଟଙ୍କା ପୋଡ଼ିଯିବ ଭାବି ଆଣିବାକୁ ଯିବା ସମୟରେ ଗୁରୁତର ଆହତ ହୋଇଥିଲେ।

ମୁରିବାହାଲ: କିରାନା ଦୋକାନରେ ଲାଗିଲା ନିଆଁ: ଜଳିଗଲେ ମହିଳା, ସାମଗ୍ରୀ ପୋଡ଼ି ପାଉଁଶ – ସମୀକ୍ଷା

ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଗୁରୁତର ମହିଳାଙ୍କ ଚିକିତ୍ସା ସହ ଆର୍ଥିକ ସହାୟତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମୁରିବାହାଲ: କିରାନା ଦୋକାନରେ ଲାଗିଲା ନିଆଁ: ଜଳିଗଲେ ମହିଳା, ସାମଗ୍ରୀ ପୋଡ଼ି ପାଉଁଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଉତ୍ସାହର ସହ ଚାଲିଛି ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତି