ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:
ପାଟଣା:୨୪/୯,ପାଟଣା ର ଯୁବ କଣ୍ଠ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶ ଙ୍କ ନିର୍ଦେଶନା ରେ ଦେଶର ଅନ୍ୟତମ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଉଦିତ ନାରାୟଣ ୨୦ ତାରିଖ ଦିନ ମୁମ୍ବାଇ ର ପଞ୍ଚମ ଷ୍ଟୁଡିଓ ରେ ୩ ଟି ଗୀତ ଗାଇବା ପାଟଣା ଅଞ୍ଚଳରେ ଚର୍ଚ୍ଚା ର ପ୍ରସଙ୍ଗ ହୋଇଛି।ବିଭୁନ ସାହୁ ଗୀତ ଗୁଡିକୁ ରଚନା କରିଥିବା ବେଳେ ଆଶୁତୋଷ ମହାପାତ୍ର ଏବଂ ନିରାକାର ପଣ୍ଡା ଙ୍କ ଦ୍ଵାରା ଶୁଭମ ଏଣ୍ଟରଟେଣ୍ଟମେଣ୍ଟ,ସାନଭି ଭିଜନ ଅଫିସିଆଲ ଏବଂ ଜେ ଜେ ମ୍ୟୁଜିକ ଚେନେଲରେ ଗୀତ ଗୁଡିକ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାଶ ସୂଚନା ଦେଇଛନ୍ତି।ଉଦିତ ନାରାୟଣ ଗାଇଥିବା ଗୀତ ଗୁଡିକ “ତତେ ଆଣିଦେବି ଖଣ୍ଡୁଆ ପାଟ”କଣ୍ଢେଇ ରାଣୀ”ତତେ ପିନ୍ଧେଇବି ନିର୍ବନ୍ଧ ମୁଦି”ରହିଥିବା ଜଣାପଡିଛି।

ଯୁବ ସଙ୍ଗୀତ ନିର୍ଦେଶକ ଚିନ୍ମୟ ଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ମୁମ୍ବାଇ ର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ,ବିନୋଦ ରାଠୋର,ଜୀ ସାରେଗାମା ପା ର ବିଜେତା ଆଲବର୍ଟ ଲେପଚା ଏବଂ ସଦ୍ୟ ସୋନି ଟିଭି ର ଇଣ୍ଡିଆନ ଆଇଡୋଲ ବିଜେତା ଜ୍ୟୋତିର୍ମୟୀ ନାୟକ ନିଜର କଣ୍ଠଦାନ କରିଛନ୍ତି। ତାଛଡା ଓଲିଉଡ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗର,ମେଣ୍ଟୁ ଛୁରିଆ, ଅସୀମା ପଣ୍ଡା, ଦିପ୍ତିରେଖା ପାଢ଼ୀ, ଇରା ମହାନ୍ତି, ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ,ସ୍ଵୟମ୍ମ ପାଢ଼ୀ, ସତ୍ୟଜିତ ପ୍ରଧାନ,ପପୁ ପମପମ୍,ଅର୍ପିତା ଚୌଧୁରୀ, ଏସ ଜିତୁ, ସୁଚିସ୍ମିତା ପ୍ରମୁଖ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଶ୍ରୀ ଦାଶ ଙ୍କ ନିର୍ଦେଶନା ରେ କଣ୍ଠଦାନ କରିଛନ୍ତି।






