ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:
ଲଗାତର ବର୍ଷା ଯୋଗୁଁ ଚଳିତ ବନ୍ୟାଜଳରେ ୪ର୍ଥ ଥର ପାଇଁ ନଦୀକୂଳ ବାସୀ ଓ ଚାଷୀ ଚଳିତବର୍ଷ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ପୂର୍ବରୁ ବଡ଼ସାହି ସହ କୁଆମରା, ବୈଶିଙ୍ଗା, ବେତନଟୀ, ବାଲେଶ୍ବର ପ୍ରଭୃତି ସ୍ଥାନ ଯୋଗାଯୋଗ ବିଚ୍ଛିନ୍ନ ହେଇଥିବା ନେଇ ଖବର ରହିଛି । ପୁଣି ବୁଧବାର ଠାରୁ ୩ଦିନ ଧରି ବର୍ଷା ଲାଗିରହିଥିବା ସହ ନଦୀଜଳ ବଢୁଥିବା ଯୋଗୁଁ କ୍ଷୟକ୍ଷତି ଆଶଙ୍କାରେ ରହିଛନ୍ତି ନଦୀକଡ଼ ବାସୀ । ବଡ଼ସାହି ରୁ କୁଆମରା ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାପଡିଛି । ପ୍ରାୟତଃ ଲଗାତର ବର୍ଷା ଯୋଗୁଁ ଖଡିକାପଦାସ୍ଥ ଗଙ୍ଗାହାର ନଦୀ ପୋଲ ଉପରେ ଏଥରକୁ ମିଶାଇ ପୋଲ ଉପରଦେଇ ୬ଷ୍ଠ ଥର ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ କରିଛି । ପୋଲଟିର ଉଚ୍ଚତା କମ ଥିବା ଯୋଗୁଁ ବାରମ୍ବାର ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ଯୋଗୁଁ ଯାତ୍ରୀ ଓ ଅଞ୍ଚଳବାସୀ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି – ସମୀକ୍ଷା

ଏହି ପୋଲ ଉପରେ ପ୍ରତ୍ୟହ ଯାଆସ କରୁଥିବା ରୋଗୀ ତଥା ଛାତ୍ରଛାତ୍ରୀଙ୍କ ପାଇଁ ପୋଲଟିର ଉଚ୍ଚତା ବୃଦ୍ଧିର ଆବଶ୍ୟକତା ନେଇ ଅଞ୍ଚଳବାସୀ ବର୍ଷାଋତୁ ସମୟରେ ଦୀର୍ଘବର୍ଷ ଧରି ହଇରାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସରକାରଙ୍କ ଶୁଭଦୃଷ୍ଟି ସହ ସ୍ଥାନୀୟବାସୀଙ୍କ ଅପେକ୍ଷାର ଦିନ ଗଡିଚାଲିଥିବା ନେଇ ସ୍ଥାନୀୟ ଲୋକମାନେ ଚିନ୍ତାଗ୍ରସ୍ତ ରହୁଛନ୍ତି । ଏଥିସହ ଉପରମୁଣ୍ଡରେ ବର୍ଷା ଯୋଗୁଁ ପ୍ରବାହିତ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ନାଲୁହା ପ୍ରଭୃତି ନଦୀର ଜଳସ୍ତର ଶୁକ୍ରବାର ସକାଳୁ ପ୍ରବଳ ବୃଦ୍ଧି ପାଉଥିବା ଜଣାପଡିଛି । ପୁଣି ବୁଢ଼ାବଳଙ୍ଗ ନଦୀକୁ ସଂଯୋଗ କରିଥିବା ଅନ୍ୟନଦୀ ଗୁଡିକର ଜଳସ୍ତର ହୁ ହୁ ବଢୁଥିବା ସମୟରେ ବୁଢ଼ାବଳଙ୍ଗ ତଳିଆ ଅଞ୍ଚଳରେ ଭୀଷଣ ବଡ଼ବନ୍ୟା ଆଶଙ୍କା ପରିସ୍ଥିତି ଓ ପୁଣିଥରେ ଚାଷୀଙ୍କ ବ୍ୟାପକ କ୍ଷତି ହେବାକୁ ଏଡାଯାଇନପାରେ । ବାଙ୍ଗିରିପୋଷି ନିକଟ ବୁଢ଼ାବଳଙ୍ଗ ନଦୀର କାଳିଆଣି ଶୁକ୍ରବାର ପୋଲ ଉପରେ ବନ୍ୟାଜଳ ଗତି କରିଥିବା ବେଳେ ନାଲୁହା ନଦୀରେ ବନ୍ୟାଜଳ ଆସି ବାରିପଦା ରୁ ଉଦଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି । ପୁଣି ବାଲିଡିହା ନିକଟରେ ପଳପଳା ନଦୀର ବନ୍ୟାଜଳ ପୋଲ ଉପରେ ଗତି କରୁଥିବା ଯୋଗୁଁ ବାଲିଡିହା ଦେଇ ବାଙ୍ଗିରିପୋଷିକୁ ସଂଯୋଗ ବିଚ୍ଛିନ୍ନ ହୋଇଛି ।

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି – ସମୀକ୍ଷା

ତେବେ ଶୁକ୍ରବାର ସକାଳୁ ପାଗ ମେଘାଚ୍ଛନ୍ନ ସହ ବର୍ଷା ଲାଗିରହିଥିବା ତଥା ପବନ ଓ ବନ୍ୟା ସ୍ଥିତି ପାଇଁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ କପ୍ତିପଦା ଉପଖଣ୍ଡ ଏବଂ ବିଶୋଇ, ବିଜାତଳା ଓ ଠାକୁରମୁଣ୍ଡା ବ୍ଲକର ସମସ୍ତ ବିଦ୍ୟାଳୟ(୧ମରୁ ୧୨ଶ) ଶୁକ୍ରବାର ଦିନକ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ସମସ୍ତ ନଦୀର ଜଳସ୍ତର ବୃଦ୍ଧି ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ବୁଲି ପରିଦର୍ଶନ କରିବା ସହ ସମସ୍ତ ଅଧିକାରୀଙ୍କୁ ସତର୍କ ରହି ଜନସାଧାରଣଙ୍କ ଆସୁବିଧାର ସମସ୍ତଦିଗ ଓ ପରିସ୍ଥିତିକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ନଦୀତଳ ମୁଣ୍ଡ ଓ ନଦୀକଡ଼ ବାସୀଙ୍କୁ ସତର୍କ ରହିବା ବ୍ୟତୀତ ସୁରକ୍ଷା ସ୍ଥଳକୁ ପଳାଇବାକୁ ସୂଚନା ରହିଛି ।

ମୟୂରଭଞ୍ଜରେ ପୁଣି ବନ୍ୟା ପରିସ୍ଥିତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “