ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଲଘୁଚାପ ବର୍ଷାରେ ୫୯ ନମ୍ବର ରାଜପଥ ଅବରୋଧ, ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରୁ ଯାତାୟାତ ସ୍ୱାଭାବିକ

ଲଘୁଚାପ ବର୍ଷାରେ ୫୯ ନମ୍ବର ରାଜପଥ ଅବରୋଧ, ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରୁ ଯାତାୟାତ ସ୍ୱାଭାବିକ – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା ୨୫/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ମଲାପଡ଼ା ଗାଁ ନିକଟରେ ୫୯ ନମ୍ବର ରାଜପଥରେ ଶୁକ୍ରବାର ଲଘୁଚାପ ବର୍ଷା ଯୋଗୁଁ ଏକ ବମୁର ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଉଭୟ ପଟରୁ ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ମୁତାବକ, ୫୯ ନମ୍ବର ରାଜପଥ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ଶହଶହ ଗାଡ଼ିମୋଟର ଯିବାଆସିବା କରିଥାଏ। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ତତ୍ପରତାର ସହ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ।

ଲଘୁଚାପ ବର୍ଷାରେ ୫୯ ନମ୍ବର ରାଜପଥ ଅବରୋଧ, ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରୁ ଯାତାୟାତ ସ୍ୱାଭାବିକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ