ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ

ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :

ଝାରସୁଗୁଡ଼ା,୨୬/୯: ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ଗଣପର୍ବ ଭାବେ ପରିଚିତ ଭାଗବତ ଜନ୍ମ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି l ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ‘ସୁନିଆଁ’ ଅବସରରେ ଜଗନ୍ନାଥ ସଂସ୍କୃତି ସହ ଓତପ୍ରୋତ ଏହି ପରମ୍ପରା ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁରୁଣାବସ୍ତିସ୍ଥିତ ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ ଧାର୍ମିକ ରୀତିନୀତି ଅନୁଯାୟୀ ପାଳିତ ହୋଇଛି l ମହେଶ ଚନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିବାବେଳେ ହିମାଂଶୁ ଶେଖର ଦାଶ ସହଧର୍ମିଣୀଙ୍କ ସହ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ଅବସରରେ ପୁରୁଣାବସ୍ତି ଅଞ୍ଚଳର ବ୍ରାହ୍ମଣମାନଙ୍କ ପକ୍ଷରୁ ଭାଗବତ ପୁରାଣ ପାଠ କରାଯାଇଥିଲା l ମୀନକେତନ ମହାପାତ୍ର, ଶରତ ଚନ୍ଦ୍ର ମହାପାତ୍ର, ମହିନ୍ଦ୍ର ପଟେଲ ପ୍ରମୁଖ ସହଯୋଗ କରିଥିଲେ l

ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧାମନଗରରେ ୨ ମାସରେ ୯ନବମ ବନ୍ୟା