ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସୁସ୍ଥ ଜୀବନଶୈଳୀ ସହ ପର୍ଯ୍ୟଟନ ପ୍ରଚାରର ବାର୍ତ୍ତା ଦେଲେ ଧାବକ

ସୁସ୍ଥ ଜୀବନଶୈଳୀ ସହ ପର୍ଯ୍ୟଟନ ପ୍ରଚାରର ବାର୍ତ୍ତା ଦେଲେ ଧାବକ – ସମୀକ୍ଷା ଖବର

ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ରାପଡ଼ାରେ ‘ଓଡ଼ିଶା ପ୍ରୋମୋ ରନ୍’

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା:

କେନ୍ଦ୍ରାପଡ଼ା, ୨୭ ସେପ୍ଟେମ୍ବର ୨୦୨୬:
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି କେନ୍ଦ୍ରାପଡ଼ାରେ ‘ଓଡ଼ିଶା ପ୍ରୋମୋ ରନ୍–କେନ୍ଦ୍ରାପଡ଼ା’ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ସହ ଓଡ଼ିଶାର ପର୍ଯ୍ୟଟନ, କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ପ୍ରୋମୋ ରନ୍‌ରେ ଧାବକ ଓ ସାଧାରଣ ନାଗରିକଙ୍କ ଉତ୍ସାହଜନକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ଆଜି ସକାଳ ୬ଟା ୩୦ ମିନିଟ୍‌ରେ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ନିକଟସ୍ଥ ଯାତ୍ରୀ ନିବାସଠାରୁ ପ୍ରୋମୋ ରନ୍‌ର ଶୁଭାରମ୍ଭ ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ଏହି ରନ୍‌ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶିବମ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ମାଇ ଭାରତର ଯୁବ ଅଧିକାରୀ ସିଦ୍ଧାର୍ଥ ଯାଦବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଧାବକ ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ମାର୍ଗ ଅନୁଯାୟୀ ଧାବକମାନେ ଶ୍ରୀ ଗୁଣ୍ଡିଚା ମନ୍ଦିର, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଓ ଇନ୍‌ଡୋର ଷ୍ଟାଡିୟମ୍‌ ଦେଇ ଦୌଡ଼ି ପୁନର୍ବାର ଶ୍ରୀ ବଳଦେବ ଜୀଉ ଯାତ୍ରୀ ନିବାସଠାରେ ପହଞ୍ଚିଥିଲେ। ସେଠାରେ ହିଁ ରନ୍‌ର ସମାପ୍ତି ହୋଇଥିଲା।

ସୁସ୍ଥ ଜୀବନଶୈଳୀ ସହ ପର୍ଯ୍ୟଟନ ପ୍ରଚାରର ବାର୍ତ୍ତା ଦେଲେ ଧାବକ – ସମୀକ୍ଷା


ଏହି ପ୍ରୋମୋ ରନ୍‌ର ମୁଖ୍ୟ ବାର୍ତ୍ତା ଥିଲା “Run for a Healthier Tomorrow, Discover a Brighter Odisha”। ଦୌଡ଼ ମାଧ୍ୟମରେ ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି କରିବା ସହ କେନ୍ଦ୍ରାପଡ଼ାର ସାଂସ୍କୃତିକ, ଐତିହାସିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରାଯାଇଥିଲା। ଏଥିସହ ଆଗାମୀ ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍–୨୦୨୬, ଯାହା ୧୩ ଡିସେମ୍ବର ୨୦୨୬ରେ ଅନୁଷ୍ଠିତ ହେବ, ତାହାର ପ୍ରଚାର ଓ ଜନସଚେତନତା ସୃଷ୍ଟି ମଧ୍ୟ ଏହି ପ୍ରୋମୋ ରନ୍‌ର ଅନ୍ୟତମ ଉଦ୍ଦେଶ୍ୟ ଥିଲା | ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ଓ ପର୍ଯ୍ୟଟନ ବିକାଶ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ାର ମିଳିତ ସହଯୋଗରେ ଏହି ପ୍ରୋମୋ ରନ୍‌ ଆୟୋଜିତ ହୋଇଥିଲା।

ସୁସ୍ଥ ଜୀବନଶୈଳୀ ସହ ପର୍ଯ୍ୟଟନ ପ୍ରଚାରର ବାର୍ତ୍ତା ଦେଲେ ଧାବକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କ୍ରିକେଟ ଖେଳିବା ବେଳେ ଆରଆଇଙ୍କ ମୃତ୍ଯୁ