ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋର୍ଦ୍ଧା, ସେପ୍ଟେମ୍ବର ୨୭ :- ଜଟଣୀ ଗଣେଶ ଭଷାଣି ସମୟରେ ଘଟିଲା ଅଘଟଣ। ଗତକାଲି ଥିଲା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଥିଲା ଭଷାଣି ଉତ୍ସବ l ଉକ୍ତ ଭଷାଣି ଉତ୍ସବରେ ୫୦ ରୁ ଉର୍ଦ୍ଧ ମେଢ଼ ଭାଗ ନେଇଥିଲେ l ସମସ୍ତ ମେଢ଼ରେ “ଡିଜେ”ର ଆସର ଜମି ଥିଲା l ଡିଜେ ଶବ୍ଦର ଭାଇବ୍ରେସନରେ ଗଳିପଡିଥିଲା ଏକ ଘରୋଇ କୋଠାରେ ଚାଲୁଥିବା “ପଞ୍ଜାବ ବ୍ୟାଙ୍କ’ର ତାଜା l ସେହି ଘରର ତଳେ ୫୦ ରୁ ଉର୍ଦ୍ଧ୍ବ ଲୋକ ଛିଡା ହୋଇ ଭସାଣି ଶୋଭାଯାତ୍ରା ଉପଭୋଗ କରୁଥିଲେ l ଅଘଟଣାରେ ୫ ରୁ ଅଧିକ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୁତ୍ୟୁ ବରଣ କରିଥିବା ଜଣାପଡିଛି l ମୃତକ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ବିଶ୍ୱଜିତ ବାରିକ ଓରଫ ଚିଣ୍ଟୁ (୨୨) । ପରିବାରର ଏକମାତ୍ର ରୋଜଗାରିଆ ପୁଅ। ଗୁରୁତର ଆହତ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଯୁବକ ଜଣଙ୍କ ହେଲେ ସ୍ଥାନୀୟ କୁଦିଆରି ଗ୍ରାମର ରିକୁ ସୁନ୍ଦରାୟ (୩୫)। ଖବର ପାଇ ପୁରୀ ଜିଲ୍ଲା ସାଂସଦ ଡ଼. ସମ୍ବିତ ପାତ୍ର, ଡେଲାଙ୍ଗ ପିପିଲ ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ, ଡେଲାଙ୍ଗ ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଏସଡିପିଓ ଦେବାଶିଷ ମିଶ୍ର ପ୍ରମ୍ମୁଖ ମୃତ୍ୟୁ ବରଣ କରିଥିବା ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରି ସମବେଦନା ଜଣାଇଥିଲେ l ଏ ନେଇ ଥାନାରେ ୨୭୮/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।

କମିଶନରେଟ ପୁଲିସ ପକ୍ଷରୁ ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା, ପିପିଲ ବିଧାୟକଙ୍କ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କାର ସାହାଯ୍ୟ ମିଳିବ ବୋଲି ଆଶ୍ବସନା ଦିଆଯାଇଥିଲା l ଉଲ୍ଲେଖ ଯୋଗ୍ୟ ଯେ ପୂଜା ପୂର୍ବରୁ ହୋଇଥିବା ପ୍ରସ୍ତୁତି ବୈଠକରେ ଡିଜେ ବନ୍ଦ ନେଇ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପୂଜା କମିଟିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏହାକୁ କେହି ମାନିଲେ ନାହିଁ। ଘାତକ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ସମ୍ପୂର୍ଣ୍ଣ ବନ୍ଦ କରାଇବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗତକାଲିର ଭସାଣି ଶୋଭାଯାତ୍ରାରେ ଡିଜେ କୁ ନେଇ ପୁଲିସ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଥାନ୍ତେ ତେବେ ଏଭଳି ଘଟଣା ଘଟିନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ପୂଜା କମିଟି ନିଜ ନିଜର ମଜଲିସ ପାଇଁ ଜନସାଧାରଣଙ୍କୁ ବିପଦରେ ପକାଇବା କେତେଦୂର ଠିକ ଏବଂ ପୁଲିସ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଅନ୍ୟ ପକ୍ଷରେ ଉକ୍ତ ଭସାଣି ଶୋଭାଯାତ୍ରାରେ ଅମାନିଆ ଭାବେ ଡିଜେକୁ ସାମିଲ କରିଥିବା ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ଥାନା ପକ୍ଷରୁ ନୋଟିସ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି l






