ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମଟର ସାଇକେଲ ଓ କାନ୍ଧରେ ବୁହା ହେଲେ ରୋଗୀ

ମଟର ସାଇକେଲ ଓ କାନ୍ଧରେ ବୁହା ହେଲେ ରୋଗୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨୮/୯/୨୬ – ଲଗାତର ବର୍ଷା ପରେ ବନ୍ୟାଜଳ ପ୍ରବାହିତକୁ ତିନିଦିନ ହେଲା ପରେ ମଧ୍ୟ ପୋଲ ଉପରେ ଚାଲିଛି ପାଣି । ଯାହା ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଭଳିକି ଅସୁସ୍ଥ ଲୋକଙ୍କୁ କାନ୍ଧରେ ବୋହିନେଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି । ଏଭଳି ଏକ ଦୟନୀୟ ଘଟଣା ଘଟିଛି ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ପଂଚାୟତ ଶିମିଳି ଡାହି ଗ୍ରାମରେ । ଯେଉଁ ଗ୍ରାମ କି ଗତ ବନ୍ୟାରେ ଗଂଗାହାର ନଦୀର ଆଡିବନ୍ଧ ଭାଙ୍ଗି ଯାଇ ପାଣି ଘେରରେ ରହିବା ସହିତ ବହୁ ଘର ଭାଙ୍ଗି ନଷ୍ଟ ହୋଇଯାଇଛି ଏବଂ ସରକାର ବା ଜିଲ୍ଲା ପ୍ରଶାସନ ଦ୍ୱାରା ପୂର୍ବ ବନ୍ୟାରୁ ମରାମତି ହୋଇଥିଲେ ମଧ୍ୟ ଚଳିତ ବନ୍ୟାରେ ପୁଣି ତାହା ଭାଙ୍ଗିଯିବା ଫଳରେ ଶିମିଳି ଡାହି ବାସିନ୍ଦା ପୁଣି ପାଣି ଘେରରେ ଆଜକୁ ୩ ଦିନ ରହିବା ପରେ ମଧ୍ୟ ବନ୍ୟାପାଣି ଛାଡିବା ନାଁ ନେଉନାହିଁ ଏବଂ ଅଞ୍ଚଳବାସୀ ବହୁ ସମସ୍ୟା ନେଇ ଗତି କରୁଥିବା ଜଣାଯାଇଛି ।

ମଟର ସାଇକେଲ ଓ କାନ୍ଧରେ ବୁହା ହେଲେ ରୋଗୀ – ସମୀକ୍ଷା

ଏମିତି ଅବସ୍ଥାରେ ଶିମିଳି ଡାହି ଗ୍ରାମର କନ୍ଦା ସିଂ, ୬୦ବର୍ଷ ହଠାତ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ୧୦୮କୁ ଫୋନ ଯୋଗେ ଡାକି ଥିଲେ । ମାତ୍ର ଶିମିଳି ଡାହି ଗ୍ରାମ ପାଣି ଘେରରେ ଥିବାରୁ ଆମ୍ବୁଲାନ୍ସ ଘର ଯାଏଁ ପହଞ୍ଚି ନପାରିବା ହେଲା ଦୁର୍ଭାଗ୍ୟ ଜନକ । ଏଭଳି ପରିସ୍ଥିତିରେ ମାନଗୋବିନ୍ଦ ପୁର ସମିତି ସଭ୍ୟ ରାକେଶ ମହାପାତ୍ରଙ୍କ ସହାୟତାରେ ଗ୍ରାମ ବାସୀଙ୍କ ସହାୟତାରେ ପୀଡ଼ିତ କନ୍ଦାଙ୍କୁ ମଟର ସାଇକେଲ ଓ କାନ୍ଧରେ ବୋହି ପ୍ରାୟ ୧ କିଲୋମିଟର ପାଣିରେ ଆଣି ଆମ୍ବୁଲାଂଶ ଯୋଗେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ତେବେ ସରକାରଙ୍କ ବିକଶିତଗାଁ ବିକଶିତ ଓଡିଶା ନାରା ଯେ କେତେ କାର୍ଯ୍ୟଶୀଳ ତାକୁ ନେଇ ଆଞ୍ଚଳରେ ପ୍ରଶ୍ନ ଉଠିଛି । ବିଭିନ୍ନ ସମୟରେ ନଦୀ ଆଡିବନ୍ଧ ତିଆରି ଓ ପୋଲ ଗୁଡ଼ିକର ଉଚ୍ଚତା ଓ ଦୁର୍ବଳ ପୁରୁଣା ପୋଲ ତଥା ରାସ୍ତା ନେଇ ବନ୍ୟା ସମୟରେ ଓ ବନ୍ୟାପରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରଭାବିତ ଓ ସମସ୍ୟା ବହୁଳ ନଦୀକଡ଼ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶାର ସମାଧାନ କେବେ ହେଉଛି ତାକୁ ନେଇ ଅଞ୍ଚଳବାସୀଙ୍କ ଦାବି ରହିଛି ।

ମଟର ସାଇକେଲ ଓ କାନ୍ଧରେ ବୁହା ହେଲେ ରୋଗୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଡ଼ସାହି ବ୍ଲକ ରେ ବନ୍ୟା ପ୍ରଭାବିତଙ୍କୁ ବିଏଡିସି ସମେତ ଜେଆରସି ପକ୍ଷରୁ ଶୁଖିଲାଖାଦ୍ୟ ବଣ୍ଟନ