ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର ଜିଲ୍ଲା ମୁରିବାହାଲସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଶିଶୁ ବିକାଶ ବିଭାଗ ଅଧିକାରିଣୀ ପୂର୍ଣ୍ଣିମା ବୈଠାରୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୁଣସାଗର ମେହେର, ସୋମେଶ ଦତ୍ତ ହୋତା, ଘନଶ୍ୟାମ ଖମାରୀ, ଭିଙ୍ଗରାଜ ରଣା ଏବଂ ବିକ୍ରମ ତାଣ୍ଡି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବାଳିକା ଶିକ୍ଷା, ମହିଳା ସଶକ୍ତିକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଉଦ୍ଦେଶ୍ୟ ଏବଂ ସମାଜରେ ଝିଅମାନଙ୍କ ଶିକ୍ଷା ଓ ସୁରକ୍ଷାର ଗୁରୁତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ।

ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ – ସମୀକ୍ଷା

ଏହି ଅବସରରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଛନ୍ଦା ଚରଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଶପଥ ଗ୍ରହଣ କରିଥିଲେ। ସମ୍ମିଳନୀକୁ ଆକର୍ଷଣୀୟ ଓ ସଚେତନତାମୂଳକ କରିବା ପାଇଁ ଷ୍ଟ୍ରିଟ୍ ଥିଏଟର, ବିତର୍କ, କୁଇଜ୍ ଏବଂ ପୋଷ୍ଟର ମେକିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ରସିନା ବାଗ, ଝରଣା ମହତ, ଯାଜ୍ଞସେନୀ ରଣା, ବର୍ଷା କର୍ମୀ, ଶିବାନୀ ଭୋଇ, କିରଣ ହାତୀ, ତ୍ରିବେଣୀ ମହାର, ରିୟା ଛୁରା, ବିଜୟ ମହାନନ୍ଦ, ଶ୍ରିୟା ରଣା ଏବଂ ଚୂଡ଼ାମଣି ରଣା କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଥିଲେ। ସଭା ପରିଚାଳନା ଅର୍ଥନୀତି ବିଭାଗ ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି କରିଥିବା ବେଳେ +୨ ଏବଂ +୩ ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍