ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା

କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା – ସମୀକ୍ଷା ଖବର


ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ :

ରାସ୍ତାକଡ଼, ମନ୍ଦିର ଓ ସ୍କୁଲ ନିକଟରେ ବେଧଡ଼କ ବିକ୍ରି ଅଭିଯୋଗ; ଅବକାରୀ ବିଭାଗର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ ,ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ଓ ସମସ୍ତ ଗ୍ରାମାଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବେଆଇନ ବିକ୍ରିକୁ ନେଇ ଚିନ୍ତା ବଢ଼ିଛି। ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ—ରାସ୍ତାକଡ଼, ମନ୍ଦିର ନିକଟ, ଶିକ୍ଷାନୁଷ୍ଠାନ ନିକଟ ଏବଂ ପୋଖରୀ ତୁଠ ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ ବିକ୍ରି ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେତେକ ସ୍ଥାନରେ ଅନୁମୋଦିତ ବିକ୍ରୟ ସ୍ଥଳ ବାହାରେ ମଦ ବିକ୍ରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଫଳରେ ସାଧାରଣ ଲୋକ, ବିଶେଷକରି ମହିଳା, ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହାସହ ଅଭିଯୋଗ ହେଉଛି ଯେ, ବର୍ତ୍ତମାନର ଅବକାରୀ ଆଇଆଇସି ନାଏକ ବାବୁଙ୍କ ଯୋଗଦାନ ପରେ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ବେଆଇନ ବିକ୍ରି ବଢ଼ିଛି। ତେବେ ଏହି ଅଭିଯୋଗର ସ୍ୱାଧୀନ ପ୍ରମାଣ ବା ବିକ୍ରି ବୃଦ୍ଧିର ଅଧିକାରିକ ଆକଳନ ସାର୍ବଜନୀନ ହୋଇନଥିବାରୁ ଏହାର ସତ୍ୟତା ଅଧିକାରିକ ଭାବେ ସ୍ପଷ୍ଟ ହେବା ଆବଶ୍ୟକ।

କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା – ସମୀକ୍ଷା


ଓଡ଼ିଶା ଅବକାରୀ ନିୟମ ଅନୁଯାୟୀ, ଲାଇସେନ୍ସରେ ନିର୍ଦ୍ଦିଷ୍ଟ ସ୍ଥାନ ବା ପରିସର ବାହାରେ ମଦ ବିକ୍ରି କରିବା ନିଷିଦ୍ଧ। ଏପରିସ୍ଥଳେ କଣ୍ଟାବାଞ୍ଜି ଅଞ୍ଚଳରେ ଯଦି ଅନୁମୋଦିତ ସ୍ଥାନ ବାହାରେ ବିକ୍ରି ହେଉଥିବା ଅଭିଯୋଗ ସତ୍ୟ, ତେବେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ନେଇ ଦାବି ଉଠିଛି। ସର୍ବସାଧାରଣ ସ୍ଥାନରେ ଏଭଳି ମଦ ବିକ୍ରି ହେଉଥିବା ବେଳେ ସମ୍ପୃକ୍ତ ବିଭାଗର ନଜର କେଉଁଠି? ନିୟମ ଉଲ୍ଲଂଘନ ହେଉଥିଲେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ? ଏହି ସମଗ୍ର ଘଟଣାରେ ଅବକାରୀ ବିଭାଗର ଉଚ୍ଚ ଅଧିକାରୀମାନେ ତଦନ୍ତ କରି କଣ୍ଟାବାଞ୍ଜି ଅଞ୍ଚଳରେ ଚାଲିଥିବା କଥିତ ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁସାରେ ପଦକ୍ଷେପ ନେବାକୁ ଦାବି ହେଉଛି।

କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏମ୍‌ଭି-୫୩ ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା ,ବନ ବିଭାଗର ତତ୍ପରତା; ସୁସ୍ଥ ହେଲେ ପ୍ରାକୃତିକ ପରିବେଶରେ ଛଡ଼ାଯିବ