ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ

ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ଢିଙ୍କିଆ: ଢିଙ୍କିଆ ଅଞ୍ଚଳରେ ନିର୍ମାଣାଧୀନ ଜେଏସ୍ଡବ୍ଲୁ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ଜୀବିକା ଓ ରୋଜଗାର ସମ୍ପର୍କିତ ସମସ୍ୟା ପୁଣିଥରେ ସାମ୍ନାକୁ ଆସିଛି। ଜେଏସ୍ଡବ୍ଲୁ ପାଚେରୀ ପଛପଟେ ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଅସ୍ଥାୟୀ ଦୋକାନ କରି ଜୀବିକା ନିର୍ବାହ କରୁଥିବା କିଛି ପରିବାରଙ୍କ ଦୋକାନ ଭାଙ୍ଗି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଢିଙ୍କିଆ ପଞ୍ଚାୟତର ପାଟଣା ଗାଁର ଶେଷ ଭାଗରେ ଜେଏସ୍ଡବ୍ଲୁ ପାଚେରୀ ପଛପଟେ କିଛି ଅଭାବୀ ପରିବାର ବାଉଁଶ ଓ ପାଲ ଟାଣି ଅସ୍ଥାୟୀ ଦୋକାନ କରିଥିଲେ। ସେଠାରେ ମାଛ, ଚିକେନ୍, ଅଣ୍ଡା, ପାନ, ବିସ୍କୁଟ, ପାଣି ବୋତଲ ଆଦି ବିକ୍ରି କରି ସେମାନେ ପରିବାର ପୋଷଣ କରୁଥିଲେ। ତେବେ ବୁଧବାର ରାତିରେ କୌଣସି ପୂର୍ବ ସୂଚନା ନଦେଇ କମ୍ପାନୀ କର୍ତ୍ତୃପକ୍ଷ ଅସ୍ଥାୟୀ ଦୋକାନଗୁଡ଼ିକୁ ଭାଙ୍ଗି ଦେଇଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଥିବା ମଧ୍ୟ ସେମାନଙ୍କ ଅଭିଯୋଗ।

ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ – ସମୀକ୍ଷା


ବିପିନ ମହାନ୍ତି, ସୁରେଶ ମହାନ୍ତି, ପଦ୍ମଚରଣ ମହାନ୍ତି, ବଳରାମ ମହାନ୍ତି, ଅର୍ଜୁନ ମହାନ୍ତି, ସତ୍ୟାନନ୍ଦ ଦଳାଇ, ରାଜେନ୍ଦ୍ର ଦଳାଇ, ସୂର୍ଯ୍ୟକାନ୍ତ ଦଳାଇ ଓ ସର୍ବେଶ୍ୱର ଦାସ ପ୍ରମୁଖ ଦୋକାନୀ ଏନେଇ ଅଭିଯୋଗ କରିଛନ୍ତି। ଦୋକାନୀମାନଙ୍କ କହିବା ଅନୁସାରେ, ପ୍ରକଳ୍ପ ଯୋଗୁଁ ଅଞ୍ଚଳର ଅନେକ ପରିବାର ଜମି ଓ ପାରମ୍ପରିକ ଜୀବିକା ହରାଇଥିବା ବେଳେ ସ୍ଥାନୀୟ ଯୁବକଙ୍କ ରୋଜଗାର ନେଇ ମଧ୍ୟ ପ୍ରଶ୍ନ ରହିଛି। ଏଭଳି ସ୍ଥିତିରେ ଅସ୍ଥାୟୀ ଦୋକାନ ଭାଙ୍ଗି ଦିଆଯିବା ଫଳରେ ସେମାନଙ୍କ ପରିବାର ଆହୁରି ଅସୁବିଧାରେ ପଡ଼ିଥିବା ସେମାନେ କହିଛନ୍ତି। ଦୋକାନ ଭାଙ୍ଗିବା ଘଟଣାର ତଦନ୍ତ କରାଯାଇ କ୍ଷୟକ୍ଷତିର ଆକଳନ ସହିତ ଉପଯୁକ୍ତ ସମାଧାନ ଓ କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଦୋକାନୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ପରିବାର ସହ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏହି ଅଭିଯୋଗ ନେଇ ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, କମ୍ପାନୀ ପକ୍ଷର ପ୍ରତିକ୍ରିୟା ମିଳିଲେ ଖବରରେ ସ୍ଥାନ ଦିଆଯିବ।

ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଣ୍ଟାବାଞ୍ଜି ସହର ଓ ଗ୍ରାମାଞ୍ଚଳରେ ଦେଶୀ-ବିଦେଶୀ ମଦର ବନ୍ୟା