ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ

ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ା ପଞ୍ଚାୟତ ବଡ଼ଉଡ଼ା ଗ୍ରାମର ୮୦ ବର୍ଷୀୟ ଖାମିନ ମହାନନ୍ଦ।ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ନୁହେଁ, ଏହାର ଜ୍ୱଳନ୍ତ ଉଦାହରଣ ପାଲିଟିଇଛନ୍ତି। ଗାଁରେ ଚାଲିଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ରେ ସାମିଲ ହୋଇ ସେ ପୁଣିଥରେ ହାତରେ ଖଡ଼ି ଧରିଛନ୍ତି। ନାତୁଣୀ ଗୁଞ୍ଜନ ଓ ତ୍ରିଶାଙ୍କ ସହଯୋଗରେ ଖାମିନ ଅକ୍ଷର ଚିହ୍ନିବା, ପଢ଼ିବା ଓ ଲେଖିବା ଶିଖୁଛନ୍ତି। ଛୋଟବେଳେ ଗାଁରେ ସ୍କୁଲ ନଥିବା ଓ ପରିବାର ଦାୟିତ୍ୱ ଯୋଗୁଁ ତାଙ୍କ ପାଠ ପଢ଼ା ହୋଇପାରିନଥିଲା। ତେବେ ଏବେ ସୁଯୋଗ ପାଇ ସେ ଆଗେଇ ଆସିଛନ୍ତି।

ବୟସ ବାଧକ ସାଜିପାରିଲାନି, ୮୦ ବର୍ଷ ବୟସରେ ପାଠ ପଢୁଛନ୍ତି ଖାମିନ – ସମୀକ୍ଷା

“ଜୀବନ ଥିବା ଯାଏଁ ପାଠ ପଢ଼ିବି। ଯୁବା ବେଳେ ଶିକ୍ଷିତ ହୋଇପାରିଲି ନାହିଁ, ବୁଢ଼ା ବେଳେ ଶିକ୍ଷିତ ହେବି” ବୋଲି ଖାମିନ କହିଛନ୍ତି।ତାଙ୍କର ପୁଅ ଝିଅ ୪ ଟି ଥିବାବେଳେ ସମସ୍ତଙ୍କୁ ବହାସାହା ହେଇସାରିଛନ୍ତି।ସରକାର ଙ୍କ ତରଫରୁ ୩୫୦୦ ଟଙ୍କା ଭତ୍ତା ପାଉଛନ୍ତି।ତାଙ୍କର ଏହି ଉଦ୍ୟମ ସମଗ୍ର ଅଞ୍ଚଳ ପାଇଁ ପ୍ରେରଣା ପାଲଟିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ସ୍ୱଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ ଶିବିର