ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:

ଝାରସୁଗୁଡ଼ା, ୩୦/୯ : ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦ ଭାବେ ପାଳନ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l ଏଥର ପୂଜାରେ ଡିଜେ ଓ ଲେଜର ଲାଇଟ୍‌ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି l ନିର୍ଦ୍ଧାରିତ ମାନଦଣ୍ଡ ଓ ଅନୁମତି ଅନୁଯାୟୀ କେବଳ ମାଇକ୍‌ ବ୍ୟବହାର କରାଯାଇପାରିବ ବୋଲି ପୂଜା କମିଟି ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି l ଏନେଇ ଜିଲ୍ଲାର ବିଭିନ୍ନ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଜିଲ୍ଲା ପ୍ରଶାସନର ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ – ସମୀକ୍ଷା

ବୈଠକରେ ପୂଜା କମିଟି, ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ l ପୂଜା ସମୟରେ ଶୋଭାଯାତ୍ରା, ବିସର୍ଜନ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଡିଜେ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ l ସେହିପରି ଲେଜର ଲାଇଟ୍‌ ବ୍ୟବହାର ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି l ତେବେ ଅନୁମୋଦିତ ଧ୍ୱନିସୀମା ଓ ସମୟସୀମା ମଧ୍ୟରେ ନିୟମ ଅନୁଯାୟୀ ମାଇକ୍‌ ବ୍ୟବହାର କରାଯାଇପାରିବ l ନିୟମ ଉଲ୍ଲଂଘନ ଯେପରି ନ ହୁଏ, ସେଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ନଜରଦାରି କରାଯିବ l ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି l ଏହାସହ ଜନଗହଳିପୂର୍ଣ୍ଣ ସ୍ଥାନ ଓ ଶୋଭାଯାତ୍ରା ଉପରେ ଡ୍ରୋନ୍‌ ମାଧ୍ୟମରେ ନଜର ରଖାଯିବ l ସମ୍ବେଦନଶୀଳ ପୂଜା ମଣ୍ଡପଗୁଡ଼ିକରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଏଏସ୍‌ଆଇ କିମ୍ବା ଏସ୍‌ଆଇ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ l ପୂଜା ଶୋଭାଯାତ୍ରା କିମ୍ବା ପ୍ରଚାରରେ ବ୍ୟବହୃତ ପରିବର୍ତ୍ତିତ ଗାଡ଼ିଗୁଡ଼ିକୁ ଆର୍‌ଟିଓ ପକ୍ଷରୁ ଯାଞ୍ଚ କରାଯିବ l ଏଥିସହ ପ୍ରତ୍ୟେକ ପୂଜା କମିଟି ନିଜର ସ୍ୱେଚ୍ଛାସେବୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସ୍ଥାନୀୟ ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ l
ଅନ୍ୟପକ୍ଷରେ, ଆଇନଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ମନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ପାରମ୍ପରିକ ରାବଣ ପୋଡ଼ି କାର୍ଯ୍ୟକ୍ରମ ହେବ ନାହିଁ l ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତି ଓ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି lଏଥିସହ ପ୍ରତ୍ୟେକ ପୂଜା କମିଟି ନିଜର ସ୍ୱେଚ୍ଛାସେବୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସ୍ଥାନୀୟ ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି l ବୈଠକରେ ଏସ୍‌ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଲଳିତ ସୋରେଙ୍ଗଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ପୌର ପରିଷଦ ନିର୍ବାହୀ ଅଧିକାରୀ, ବିଭିନ୍ନ ଥାନାର ଅଧିକାରୀ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ l

ଦୁର୍ଗାପୂଜାକୁ ନେଇ ଶାନ୍ତି କମିଟି ବୈଠକ: ଦୁର୍ଗାପୂଜାରେ ଡିଜେ-ଲେଜର ଲାଇଟ୍‌କୁ ସମ୍ପୂର୍ଣ୍ଣ ବ୍ୟାନ, ସିସିଟିଭି ଓ ଡ୍ରୋନ୍‌ ନଜରରେ ପୂଜା ମଣ୍ଡପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗାନ୍ଧୀ ଜୟନ୍ତୀରେ ‘ସେବା ସଙ୍କଳ୍ପ ଅଭିଯାନ’: ଖଡ଼ିଆଳ ଉପକାରାଗାରରେ କୃଷକ ମୋର୍ଚ୍ଚା ପକ୍ଷରୁ ସେବା କାର୍ଯ୍ୟକ୍ରମ