ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ

ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ୧|୧୦|୨୬ (ଭଗବାନ ମହାନ୍ତି ):ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ପମ୍ପ ଡ୍ରାଇଭର ସଂଘର ଏକ ବୈଠକ ଡ୍ରାଇଭର ନିରାକାର ବଘାରଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ – ସମୀକ୍ଷା

ବୈଠକରେ ଗ୍ରାମ୍ୟ ଜଳ ଯୋଗାଣରେ ଥିବା ବିଭିନ୍ନ ଅସୁବିଧା ଏବଂ ତ୍ରୁଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପମ୍ପ ଡ୍ରାଇଭର ମାନଙ୍କ ପ୍ରୋତ୍ସାହନ ରାଶିର ଅନିୟମିତତା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟର ସଠିକ ରୂପାୟନ ପାଇଁ ସଂଘ ଗଠନ କରିବାକୁ ସ୍ଥିର କରାଯାଇଛି।

ନୂତନ ଭାବେ ଗଠିତ ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ସଭାପତି ଭାବେ ମାଧବ ନାଗ, ଉପ-ସଭାପତି ଭାବେ ଶ୍ୟାମ ସୁନ୍ଦର ଝାଙ୍କର, ସମ୍ପାଦକ ଭାବେ ଅନ୍ତରାମ ଜାନୀ ଏବଂ କୋଷାଧ୍ୟକ୍ଷ ଭାବେ କମଲ ଜାଲଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ