ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ ତା ୩/୧୦/୨୬ (ଭଗବାନ ମହାନ୍ତି)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକ ଯୋଗଦାନ କରିଛନ୍ତି। ପୂର୍ବରୁ ଶାନ୍ତନୁ ପଢ଼ିହାରୀ ଅତିରିକ୍ତ ଦାୟିତ୍ୱରେ ବିଇଓ ଭାବେ କାର୍ଯ୍ୟ ତୁଲାଉଥିଲେ।

ନୂତନ ବିଇଓଙ୍କ ଯୋଗଦାନ ଅବସରରେ ବିଇଓ କାର୍ଯ୍ୟାଳୟର କର୍ମଚାରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ଶିକ୍ଷକମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା, ସମ୍ପାଦକ ଜୟନ୍ତିଲାଲ ସାହୁଙ୍କ ସମେତ ଅକ୍ଷୟ କୁମାର ସାହୁ, ଦେବରାଜ ମେହେର, ସୁରେଶ ବେହେରା, ଭାସ୍କର ଜାଲ, ତିବ୍ରରାଜ ମେହେର, ଭଜମନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଜେନା ଏବଂ ବିଭିନ୍ନ ସିଆରସିସି ଉପସ୍ଥିତ ରହି ନୂତନ ବିଇଓଙ୍କୁ ଶୁଭେଚ୍ଛା ଜଣାଇଥିଲେ।





