ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 02/10/2026:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ପଞ୍ଚାୟତ ଗୃହରେ ସ୍ୱତନ୍ତ୍ର ଗ୍ରାମ୍ୟସଭା ପଂଚାୟତର ସରପଞ୍ଚ ବବିତା ପୋଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ସମିତି ସଭ୍ୟା ଜୋତ୍ସନା ରାଣୀ ପଣ୍ଡା କିଛି ସମୟ ପରେ ମଧ୍ୟ ଯୋଗଦେଇଥିଲେ |
ପ୍ରକାଶ ଥାଉକି, ସଭା ପରିଚାଳନା ସମାଜସେବୀ ତଥା ପୂର୍ବତନ ସରପଞ୍ଚ ରମେଶ ପୋଳେଇ କରିଥିବା ବେଳେ ନାୟବ ସରପଞ୍ଚ ସତ୍ୟାନ୍ଦ ରାଉତ ଉପସ୍ଥିତ ରହିଥିଲେ | ପଞ୍ଚାୟତର ଏନଏମ ଇନଚାର୍ଜ, ରାଜସ୍ୱ ନିରୀକ୍ଷଜ, ଏଡିପି, ଅଙ୍ଗନୱାଡି ଇନଚାର୍ଜ, ସହ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ୱାର୍ଡମେମ୍ବର ସବୁ ଭାଗନେଇଥିଲେ |ସରକାରଙ୍କର ବିଭିନ୍ନ ଯୋଜନା ଉପରେ ସମସ୍ତ ସରକାରୀ କର୍ମଚାରୀ ଉଦବୋଧନ କରିବାସହ ସେମାନେ ତତ୍ପରତା ସହ ସେବା ଜନସାଧାରଙ୍କୁ ଦେବେ ବୋଲି ପ୍ରତିଶୃତି ଦେଥିଲେ | ଏନ ଏମ ଦିଦି ତାଙ୍କର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅନନ୍ତପୁର ପୁରୁଣା କେନ୍ଦ୍ରକୁ ନବାପାଇଁ ଅନୁରୋଧ ସରପଞ୍ଚ ମହୋଦୟାଙ୍କୁ କରିଥିଲେ ଓ ସରପଞ୍ଚ ମହୋଦୟା ସମ୍ମତି ଦେଇଥିଲେ |

ଏହି ପରିପ୍ରେକ୍ଷୀରେ ସମାଜସେବୀ ତଥା ଅବସରପ୍ରାପ୍ତ ଇଞ୍ଜିନିର ଭଗବାନ ମହାନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଶାନ୍ତି ବାହକ ଓ ପୂବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ |ମହାତ୍ମା ଗାନ୍ଧିଜୀ ଙ୍କ ସ୍ୱପ୍ନ ଗ୍ରାମପଞ୍ଚାୟତରୁ ଲୋକମାନେ ନିଜେ ନିଜକୁ ଶାସନ କରିଵା, ନିଜର ଆବଶ୍ୟକତା ଅନୁଯାଇ ଯୋଜନା କରିବା, ସରକାରଙ୍କଠାରୁ ଆସୁଥିବା ଅର୍ଥକୁ ଉପଯୁକ୍ତ ମାର୍ଗରେ ଲଗାଇବା, ଗ୍ରାମର ବିକାଶକୁ ପ୍ରକୃତ ବିକାଶ ବୋଲି ବୁଝାଇଥିଲେ | ତେଣୁ ଗ୍ରାମବାସୀମାନେ ସରକାରଙ୍କର କର୍ମଚାରୀଙ୍କ ସହ ମିଶି ଭଲ ବୁଝାମଣା କରି ବିକାଶକୁ ଆଗକୁ ନବାପାଇଁ ଉପଦେଶ ଦେଇଥିଲେ | ସରକାରଙ୍କର କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସମାଜର ଶେଷ ଧାଡିରେ ଥିବା ଗରିବ ଲୋକଙ୍କ ପାଖକୁ ଯାଆନ୍ତୁ |ସେମାନଙ୍କୁ ସରକାରଙ୍କର ସବୁ ସୁବିଧା ବୁଝନ୍ତୁ ଓ ପ୍ରଦାନ କରିବାରେ ସାହାଯ୍ୟ କରନ୍ତୁ | ନର ନାରାୟଣ ସେବାର ପୁର୍ଣ୍ୟ ଅର୍ଜନ କରନ୍ତୁ |ତେବେ ଯାଇ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଗ୍ରାମର ବିକାଶ ଦେଖାଯିବ | ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ବିଚାର ଅନ୍ତୋଦୟ ଯୋଜନା ସବୁ ଫଳ ପ୍ରଦ ହେବ | ଇ ମହାନ୍ତି, ନିଯେ ସେବା ଦେବା ପାଇଁ, ସେ ମଧ୍ୟ ତତ୍ପର ଅଛନ୍ତି ଓ ସରକାରୀ କର୍ମଚାରୀଙ୍କୁ ସମ୍ପୂର୍ଣ ସହଯୋଗ କରିବା ପାଇଁ ହାତ ବଢ଼ାଇ ଦେଇଛନ୍ତି ବୋଲି ଆଶ୍ୱାସନା ଦେଇଥିଲେ |ଶେଷରେ ସେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ସଭା ପରିସମାପ୍ତି ହୋଇଥିଲା |






