ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ – ସମୀକ୍ଷା


ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ ୧୦/୦୯/୨୬ (ସମୀକ୍ଷା ନ୍ୟୁଜ)

“ବଞ୍ଚିବାର ମାନେ ନୁହେଁ ଜୀବନ, ମୃତ୍ୟୁ ହିଁ ଜୀବନ। ମାତ୍ର ସେ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ, ବୀରତ୍ୱର ମୃତ୍ୟୁ।” ଭାରତବର୍ଷର କ୍ରାନ୍ତିକାରୀମାନେ ମାଟିମାଆର ମୁକ୍ତି ପାଇଁ ଆତ୍ମବଳି ଦେଇଛନ୍ତି ଏବଂ ସେଥିପାଇଁ ସେମାନେ ଚିରଅମର। ମହାନ ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ଅବସରରେ ସହିଦ୍ ବାଘାଯତୀନ ସ୍ମୃତି ପୀଠ ଓ କପ୍ତିପଦା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସହିଦ୍ ସ୍ମାରକୀ ସମାରୋହରେ ଯୋଗଦେଇ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ଏହା ମତବ୍ୟକ୍ତ କରିଛନ୍ତି।
​ଅନୁଷ୍ଠାନର ସଭାପତି ଅଶୋକ କୁମାର ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମୟୂରଭଞ୍ଜ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢେଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ବିଶିଷ୍ଟ ଅତିଥିଭାବେ କପ୍ତିପଦା ତହସିଲଦାର ଆଶିଷ କୁମାର ମହାପାତ୍ର, ମୁଖ୍ୟବକ୍ତାଭାବେ ସହପ୍ରାନ୍ତ ପ୍ରଚାରକ ଅସିତ ସାହୁ, ଏବଂ ସମ୍ମାନିତ ଅତିଥିଭାବେ ଧର୍ମ ଜାଗରଣ ପ୍ରମୁଖ ବିନୟ କୁମାର ଭୂୟାଁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ, ବିଡିଓ ସଲ୍ମା ସୋରେନ ଓ ଡ. ଆର.କେ. ଜେନା ପ୍ରମୁଖ ଯୋଗଦେଇ ବାଘାଯତୀନଙ୍କ ତ୍ୟାଗପୂତ ଜୀବନାଦର୍ଶରୁ ଭବିଷ୍ୟତ ପିଢ଼ି ଅନୁପ୍ରାଣିତ ହେବାକୁ ଆହ୍ବାନ ଜଣାଇଥିଲେ।

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ – ସମୀକ୍ଷା


​ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭାଗବତ ପ୍ରସାଦ ସ୍ୱାଇଁ, ସଂଜୟ ଦେହୁରୀ, ରାକେଶ ନାୟକ, ଶରତ ଚନ୍ଦ୍ର ମିଶ୍ର ଓ ସାମ୍ବାଦିକ ସନ୍ତୋଷ କୁମାର ବାଛିନ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତି ପରିଷଦର ସମ୍ପାଦକ ସୁଶାନ୍ତ ମିଶ୍ର ବିବରଣୀ ପାଠ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାଲିକ ମଞ୍ଚ ପରିଚଳନା କରିଥିଲେ। ସ୍ବାଗତ ଅଭିଭାଷଣ ସତ୍ୟନାରାୟଣ ମିଶ୍ର, ଅତିଥି ପରିଚୟ ଶିକ୍ଷକ ସନ୍ତୋଷ କୁମାର ସାହୁ ଏବଂ ଧନ୍ୟବାଦ ଅର୍ପଣ ସାମ୍ବାଦିକ ପ୍ରତାପ କୁମାର ମହାନ୍ତି କରିଥିଲେ।
​କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଦିଲ୍ଲୀପ କୁମାର ଦିକ୍ଷୀତ, ସାମ୍ବାଦିକ ତଥା ସାରସ୍ୱତ ସାଧକ ସଂଜୟ ଚୌଧୁରୀ ଏବଂ NEET ପରୀକ୍ଷାରେ ସଫଳତା ପାଇଥିବା ଦୁଇ ଭଉଣୀ ୟଜ୍ଞାସେନି ଖଟୁଆ ଓ ଦିବ୍ୟାସେନି ଖଟୁଆଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଭରତ ଚନ୍ଦ୍ର ବରାଳ, ରାଜକିଶୋର ବେହେରା, ଗୋଲକ ଚନ୍ଦ୍ର ବେହେରା ଏବଂ ଆଶିଷ କୁମାର ମଲ୍ଲିକ ମାନପତ୍ରu ପାଠ କରିଥିଲେ। ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା ଓ ସାଥୀମାନେ ସହିଦ୍ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ – ସମୀକ୍ଷା


​ସକାଳ ୮ ଘଟିକାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେଦାର କୁଟାର ପରିଦର୍ଶନରେ ଯାଇ ସହିଦମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସ୍ମୃତି ପରିଷଦର ସ୍ଥାୟୀ ସଭାପତି ସ୍ମୃତି ବେଦିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରେଡକ୍ରସର ଅଧ୍ୟାପକ ଦୁଷ୍ମନ୍ତ କୁମାର ସାହୁ ଓ ସହସଂଯୋଜକା ଭାରତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବାହ୍ନ ୧୦ ଘଟିକାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କପ୍ତିପଦା ଥାନା ଅଧିକାରିଣୀ ମଧୁମିତା ମହାନ୍ତି ସହିଦ୍ ସ୍ମାରକୀ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
​ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ତପନ କୁମାର ସେଠୀ, ନିରଞ୍ଜନ ମହାନ୍ତି, ପ୍ରମୋଦ କୁମାର ଦାଶ, ଗୋପିନାଥ ନାୟକ, ମନୋରଞ୍ଜନ ମଲ୍ଲିକ, ବିଜୟ କୁମାର ନାୟକଙ୍କ ସମେତ କପ୍ତିପଦାର ବୁଦ୍ଧିଜାବୀ, ଜନସାଧାରଣ, ସ୍ମୃତି ପରିଷଦର ସଦସ୍ୟ ଏବଂ ଶିକ୍ଷକବୃନ୍ଦ ପରିଚାଳନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୟାଗଡ଼: ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ