ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କନ୍ଧମାଳ- ଘରେ ପଶି ସୁନା ଅଳଙ୍କାର କଳାକନା ବୁଲାଇ ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତ: ୩ ଗିରଫ

କନ୍ଧମାଳ- ଘରେ ପଶି ସୁନା ଅଳଙ୍କାର କଳାକନା ବୁଲାଇ ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତ: ୩ ଗିରଫ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :
କୋଟଗଡ଼, ୦୬/୧୦:କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଞ୍ଚଳରେ ଘରେ ପଶି ସୁନା ଅଳଙ୍କାର ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଚୋରି ସୁନା, ନଗଦ ଟଙ୍କା ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଛି।କୋଟଗଡ଼ ଥାନା କେସ୍‌ ନଂ-୧୮୪, ତା. ୦୪/୧୦/୨୦୨୬, ଧାରା ୩୩୧(୪)/୩୦୫(ଏ) ବିଏନ୍‌ଏସ୍‌ ଅନୁଯାୟୀ ଏହି ମାମଲା ରୁଜୁ ହୋଇଥିଲା। ପୁଲିସର ସୂଚନା ଅନୁସାରେ, ଗତ ୩୦/୦୯/୨୦୨୬ ରାତିରେ ଅଭିଯୋଗକାରୀ ଲୁସିଆନ ବଡ଼ନାୟକ ଓ ତାଙ୍କ ପରିବାର ସଦସ୍ୟମାନେ ଘରେ ନଥିବା ସମୟରେ ଅଭିଯୁକ୍ତମାନେ ଝରକା ବାଟ ଦେଇ ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଗୋଡ୍ରେଜ୍‌ ଭାଙ୍ଗି ସେଥିରେ ରଖାଯାଇଥିବା ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।ପୁଲିସ ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଚୋରି ହୋଇଥିବା ସୁନା ଅଳଙ୍କାରକୁ ଅଭିଯୁକ୍ତମାନେ ବିକ୍ରି କରିଥିଲେ। ସେଥିରୁ ମିଳିଥିବା ଟଙ୍କାରେ ଏକ ଟ୍ରାକ୍ଟର କିଣିଥିବା ତଦନ୍ତରୁ ଜଣାପଡ଼ିଛି।ଘଟଣାରେ ପୁଲିସ ଶ୍ରୀରାମପୁର ନୂଆସାହିର ଲିଟୁ ଉଠାନସିଂହ, ସ୍ୱର୍ଗତ ଚକ୍ରଧର ଉଠାନସିଂହଙ୍କ ପୁଅ, ଶ୍ରୀରାମପୁର ଓଡ଼ିଆସାହିର ପିତାବାସ ବଡ଼କାନହର, ନିରାକାର ବଡ଼କାନହରଙ୍କ ପୁଅ ଏବଂ ଜୁବାଗୁଡ଼ା ମିଶନସାହିର ପ୍ରେମାନନ୍ଦ ବଡ଼ସେଠ, କର୍ମ ବଡ଼ସେଠଙ୍କ ପୁଅଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ କୋଟଗଡ଼ ଥାନା ଅଧୀନ କନ୍ଧମାଳ ଜିଲ୍ଲାର ବାସିନ୍ଦା।ଅଭିଯୁକ୍ତମାନଙ୍କ ନିକଟରୁ ୧୨ ଗ୍ରାମ ୮୫ ମିଲିଗ୍ରାମ୍‌ ସୁନା, ନଗଦ ୨,୧୦୦ ଟଙ୍କା ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଛି। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଛି।

କନ୍ଧମାଳ- ଘରେ ପଶି ସୁନା ଅଳଙ୍କାର କଳାକନା ବୁଲାଇ ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତ: ୩ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୁରଭି ମଞ୍ଚରେ ଫୁଟିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା:କ. ନୂଆଗାଁ ଉତ୍ସବମୁଖର