ଅଜିତ କୁମାର ପଣ୍ଡା/ ଶେରଗଡ ସାମ୍ବାଦିକ / ସମୀକ୍ଷା ନ୍ୟୁଜ :
ଶେରଗଡ ୧୦/୧୦ —- ଶେରଗଡ ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା କକ୍ଷରେ ଆଜି ବାଲ୍ୟବିବାହ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶେରଗଡ ପୋଲିସ, ଯୁବ ରେଡ କ୍ରସ,ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଈଯାଈଛି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶିଶିର କାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ଯ ଅତିଥି ରୂପେ ଶେରଗଡ ଥାନାର ଅତିରିକ୍ତ ଥାନାଧିକାରୀ ଜ୍ଞାନ ରଞ୍ଜନ ସେଠି,ଏସଆଈ ରାଜା ରଞ୍ଜନ ନାୟକ ଯୋଗ ଦେଈ ବାଲ୍ୟବିବାହ ନିରୋଧ ଆଈନ ବିଷୟରେ ସଚେତନ କରିବା ସହ ବାଲ୍ୟବିବାହ କରିବା ର ଭୟାବହ ପରିସ୍ଥିତି ବିଷୟରେ ଅବଗତ କରାଈଥିଲେ। ଏମାନଙ୍କ ବ୍ୟତୀତ ଅନୁଷ୍ଠାନର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ମନୋଜ କୁମାର ପଣ୍ଡା, ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀକାନ୍ତ କୁମାର ପଣ୍ଡା, ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଶ୍ରୀମତି ଡକ୍ଟର ରିତା ରାଣୀ ସ୍ବାଈଁ,ଜାତୀୟ ସେବା ସଂସ୍ଥା ର ଅଧିକାରୀ ଡକ୍ଟର ବି.ଶିବାଜୀ ପାତ୍ର, ଗଣିତ ବିଭାଗର ଅଧ୍ୟାପିକା ସୁଶ୍ରୀ ଜ୍ୟୋତ୍ସ୍ନା ରାଣୀ ପାଣିଗ୍ରାହୀ,ଶେରଗଡ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଶିବ ଶଙ୍କର ଆଚାରୀ ଯୋଗ ଦେଇ ବାଲ୍ୟବିବାହ ପରେ ଶାରୀରିକ ସମସ୍ୟା, ସାମାଜିକ ପ୍ରଭାବ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଅବଗତ କରିବା ସହ ବାଲ୍ୟବିବାହ ମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଉପସ୍ଥିତ ଥିଲେ।






