ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଆଦାନି ଆଖିରେ ଗନ୍ଧମାର୍ଦ୍ଧନ : ଗନ୍ଧମାର୍ଦ୍ଧନ ପର୍ବତ ର ସୁରକ୍ଷା ପାଇଁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ର କର୍ମକର୍ତ୍ତାଙ୍କୁ ନେଇ ସୋହେଲା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ,ଏହି ବୈଠକ ସର୍ବ ପ୍ରଥମେ ଦିବଂଗତ ନେତା ସ୍ବର୍ଗତ ସୁଶାନ୍ତ ସିଂ, ଗନ୍ଧମାର୍ଦ୍ଧନ ଆନ୍ଦୋଳନ ର ବରିଷ୍ଠ କର୍ମକର୍ତ୍ତା ସ୍ବର୍ଗତ ଘାସିରାମ ମଲ୍ଲିକ ଓ ସ୍ବର୍ଗତ ରା଼ୟଧର ଲୁହାରଙ୍କ ଉଦେଶ୍ୟରେ ୧ ମିନଟ ନିରବ ପ୍ରାଥନା କରାଯାଇଥିଲା ! ସଭା ପ୍ରାରଂଭ ରେ ଏକ ସଭାପତି ମଣ୍ଡଳୀ ଗଠନ କରାଗଲା ! ସୁବ୍ରତ ସିଂ ,ଟଙ୍କଧର ସାହୁ ,ଗୌରହରିମିଶ୍ର ,କିଶୋର ଦେବତା ,ଅରବିନ୍ଦ ପଣ୍ଡା ,କବିତା ସୁନା ,ମହେନ୍ଦ୍ର ଖୁଣ୍ଟିଆ ,ହରିଶଙ୍କର ବେହେରା ,ସୁଶୀଲ ନାୟକ ,ଥବିରଚରଣ ମେହେର ,ହେମଚନ୍ଦ୍ର ,ମନ ମାଝୀ ,ଜୟକୃଷ୍ଣ ସାହୁ ,ରଘୁନନ୍ଦନ ଦେଓ ,ଚମ୍ପକ ପୁରୋହିତ ,ପାଣ୍ଡବ କର୍ଣ ! ଜିଲ୍ଲା ଆବାହକ ଶ୍ରୀମାନ ରାଜୁ ଘିବେଲା ,ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ! ସଭାପତି ମଣ୍ଡଳୀଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଶ୍ରୀ ନୃସିଂହ ନାଥଙ୍କୁ ପୁଷପମାଲ୍ୟ ଓ ଦୀପ ପ୍ରଜ୍ୱଳନ କରିଥିଲେ ! ସର୍ବସମ୍ମତି କ୍ରମେ ଜିଲ୍ଲା ଯୁଗ୍ମ ଆବାହକ ରୂପେ ଶ୍ରୀ ସୁବ୍ରତ ସିଂଙ୍କୁ ମନୋନୀତ କରାଗଲା

ଜିଲ୍ଲା ମହିଳା ଯୁଗ୍ମ ସଙ୍ଗଠିକା ଭାବେ ଶ୍ରୀମତୀ ରମଲା ଲୁହାର ଓ ନୀଳକୁମାରୀ ନାୟକ ଙ୍କୁ ମନୋନୀତ କରାଗଲା , ବରଗଡ଼ ବ୍ଲକ ଆବାହକ ପ୍ରଦୀପ ଥାପା, ସୋହେଲା ମନମାଝି ,ଆମ୍ବାଭନା ମଣ୍ଟୁ ଭାଇ ,ଭେଡେନ ହରିଶଙ୍କର ବେହେରା ,ବିଜେପୁର ଝସକେତନ ବଗର୍ତ୍ତୀ ,ପଦ୍ମପୁର NAC ଚମ୍ପକ ପୁରୋହିତ ,ଯୁଗ୍ମ ଆବାହକ ରଘୁନନ୍ଦନ ଦେଓ ଆଦିଙ୍କୁ ଆବାହକ ଦାଇତ୍ୱ ଅର୍ପଣ କରାଗଲା ଏହି କାର୍ଯ୍ୟକ୍ରମ ରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀର ସାଙ୍ଗଠନିକ ଦୃଢ଼ୀକରଣ ,MMDR କଲା ଆଇନକୁ କେନ୍ଦ୍ରସରକାର ପ୍ରତ୍ୟାହାର କରୁ ,ଆଦାନି ଓ ଏମିରେଟସ ଆରବ କମ୍ପାନୀ ସହ ରାଜ୍ୟ ସରକାର ବୁଝାମଣା ପତ୍ରକୁ ବାତିଲ କରାଯାଉ ଏବଂ ଗନ୍ଧମାର୍ଦ୍ଧନ ପାଦଦେଶରେ ଆଦାନି କମ୍ପାନୀ କିଣି ଥିବା ଜମିକୁ ଜନସାଧାରଣଙ୍କୁ ଫେରସ୍ଥ କରାଯାଉ ! ପରିଶେଷରେ ବରଗଡ଼ ଜିଲ୍ଲା ମହିଳା ସଙ୍ଗଠିକା କବିତା ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।





