ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ :
ଜଗତସିଂହପୁର, 13/10/2026(ନି. ପ୍ର ):ଜଗତସିଂହପୁର ଜିଲା ଚର୍ଚ୍ଚିକା ବଜାର ସ୍ଥିତ ପୂଜା ମଣ୍ଡପରେ ଶିବ ପରିବାରଙ୍କର ମୂର୍ତ୍ତି ଗଢ଼ା ଚାଲିଥିବାର ଦେଖା ଦେଇଛି |ମୂର୍ତ୍ତିକାର ମୋହନ କୁମାର ଭୋଇ ଓ ତାଙ୍କ ସାଙ୍ଗରେ ଆଉ ଚାରି ଜଣ ସହାୟକ ମୂର୍ତ୍ତିକାର ଏଗାର ଦିନ ହେଲା ଗଠନ କାର୍ଯ୍ୟ କରି ଚାଲିଛନ୍ତି |ସେମାନଙ୍କ ମତରେ ଷଷ୍ଠୀ ଦିନ ସଖାଳୁ ସମସ୍ତ ଗଠନ ପୁରାହୋଇ ଭକ୍ତ ମନେ ପୂଜା ଆରମ୍ଭ କରି ପାରିବେ | ଜାଣିବାର କଥା ଏହିକି ଯେ ଚର୍ଚ୍ଚିକା ବଜାର ଜଗତସିଂହପୁର ପାରାଦ୍ୱୀପ ରାସ୍ତାରେ ତିନି କିଲୋମିଟର ବସ ଷ୍ଟାଣ୍ଡ ଠାରୁ ଦୂରରେ ଅବସ୍ଥିତ |ଏହା ନୂଆ ଜିଲା କୋର୍ଟ ସାମ୍ନାରେ ଅଟେ |ଏଠାରେ ମା ଚର୍ଚ୍ଚିକା ମନ୍ଦିର ଅବସ୍ଥିତ ଅଟେ |ଚର୍ଚ୍ଚିକା ଠାକୁରାଣୀ ଏ ଅଞ୍ଚଳର ଅଧିଦାତ୍ରୀ ଦେବି |ଏହି ମନ୍ଦିର ସାମ୍ନାରେ ଶ୍ରୀ ଶ୍ରୀ ରାମ କୃଷ୍ଣ ପରମହଂସ (ହଳଦିଆ ମଠ )ଅବସ୍ଥିତ | ଏହି ମଠ ପ୍ରାଗଣରେ ପୂଜା ମଣ୍ଡପ ଅବସ୍ଥିତ ଅଟେ |ଏହି ମଣ୍ଡପରେ ଶିବ ପରିବାର ଙ୍କର ପୂଜା ଅର୍ଚନା କରାଯାଏ | ଏଠାରେ ପ୍ରକାଶ ଯୋଗ୍ୟ ଯେ ଆମ ସଂସ୍କୃତି ଓ ପରମ୍ପରାରେ ଦୁର୍ଗା ପୂଜାରେ କେହି ଶକ୍ତିପୂଜା ରୂପରେ ମା ଦୁର୍ଗାଙ୍କର ପୂଜା କରିଥାନ୍ତି | ଆଉ ଶୈବ ଧର୍ମର ଅନୁଗାମୀ ମାନେ ଶିବଙ୍କର ପୂଜା କରିଥାନ୍ତି | ଚର୍ଚ୍ଚିକା ବଜାରରେ ମା ଚର୍ଚ୍ଚିକା ନିତ୍ୟ ପୂଜା ପାଉଥିବା ଯୋଗୁଁ ଏଠାରେ ଶିବ ପରିବାର ଦୁର୍ଗା ପୂଜାରେ ପୂଜା ପାଇବାର ପ୍ରଥା ବହୁ କାଳରୁ ଅଛି |ଶିବ ପରିବାରରେ ଶିବ ବାବା, ମା ପାର୍ବତୀ, କାର୍ତିକ, ଗଣେଶ ଓ ନନ୍ଦୀ ପୂଜା ପାଇବାପାଇଁ ମୂର୍ତ୍ତି ମାନ ଗଢ଼ା ଚାଲିଛି |ଗତ କାଲି ଆମ ପରମ୍ପରା ଅନୁଯାଇ ଘଟସ୍ଥାପନ କରାଯାଇଥିଲା |ଶାସ୍ତ୍ରରେ କଳସକୁ ଗଣେଶଙ୍କ ପ୍ରତୀକ ରୂପରେ ସ୍ଥାପନା କରାଯାଇ ସମସ୍ତ ଦେବତାକୁ ଏହି କଳସରେ ଆବାହନ କରାଯାଏ |ପୂଜା ଦ୍ୱାରା ମନରେ ଶାନ୍ତି ଏବଂ ସାସ୍ୱତ ଆନନ୍ଦ ମିଳିଥାଏ |ଏହା ଭକ୍ତି ଆଉ ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୋଇଥାଏ |






