ବାସୁଦେବ ହାବୁଡ଼ାସିଂହ /ବାଲୁଗାଁ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ବାଲୁଗାଁ ମହାବିଦ୍ୟାଳୟରେ ପୂର୍ବରୁ ABVP ସାମର୍ଥିତ ୧୬ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିବାବେଳେ କେବଳ ସଭାପତି ପାଇଁ ନିର୍ବାଚନୀ ମୈଦାନରେ ଦୁଇ ପ୍ରାର୍ଥୀନୀ ABVP ଓ BCJD ମଧ୍ୟରେ ଟକ୍କର ହୋଇଥିଲା | ଆଜି BCJD ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଥିବା ବେଳେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡି ୪୬୪ ଖଣ୍ଡ ଭୋଟ ପାଇ ୨୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି | ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଶାନ୍ତି ଶୃଙ୍ଖଳା ଭିତରେ ନିର୍ବାଚନ ଶେଷ ହୋଇଛି | ଅନ୍ୟପଟେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ପୂର୍ଵରୁ ABVP ସମର୍ଥିତ ସଭାପତି ସ୍ୱୟଂ ଶଙ୍କର ସୁପକାର ଅପ୍ରତିଦ୍ବନ୍ଦି ଭାବରେ ସଭାପତି ନିର୍ବାଚିତ ହୋଇଥିବାବେଳେ ଅନ୍ୟ ସମସ୍ତ ୫ ଜଣ ମଧ୍ୟ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିଲେ | ଚିଲିକା ବାଲୁଗାଁ ରୁ ବାସୁଦେବ ହାବୁଡ଼ାସିଂହ ଙ୍କ ରିପୋର୍ଟ ସମୀକ୍ଷା ନ୍ୟୁଜ l






