ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନିୟୁଜ:
ପିପିଲି :ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ, ପିପିଲି ମହାବିଦ୍ୟାଳୟ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଜିମାତ କରିଛି l ସମସ୍ତ ନଅ ଜଣ ପ୍ରାଥୀ ବିଜୟୀ ହୋଇଛନ୍ତି ପରିଷଦର ତିନିଜଣ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଥିବା ବେଳେ,ସଭାପତି ଙ୍କ ସମେତ ଅନ୍ୟ ସମସ୍ତ ଛଅ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରି ବିପୁଳ ବିଜୟ ଲାଭ କରିଛନ୍ତି l ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ୪୭୩ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାଥୀ ରୁଦ୍ର ପ୍ରସାଦ ନାୟକ ୨୫୪ଖଣ୍ଡ ଭୋଟ ପାଇଛନ୍ତି |ପ୍ରିୟଙ୍କା ପ୍ରିୟଦର୍ଶିନୀ ୨୧୯ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ବିଜୟୀ ହୋଇଛନ୍ତି | ଚିକୁନୁ ଖଟୋଇ ୪୭୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶୁଭଲକ୍ଷ୍ମୀ ମହାରଣା ୨୫୩ଖଣ୍ଡ ଭୋଟ ପାଇ ଥିଲେ | ଚିକୁନୁ ୨୨୨ଖଣ୍ଡ ଅଧିକ ଭୋଟ ପାଇ ଉପ ସଭାପତି,ଭାବେ ବିଜୟୀ ହୋଇଛନ୍ତି ସୁଧାଂଶିବାଳା ଭୁଜବଳ ୪୯୫ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ରାଜଲକ୍ଷ୍ମୀ ପରିଡା ୨୦୩ଖଣ୍ଡ ଭୋଟ ପାଇଛନ୍ତି ସୁଧାଂସିବାଳା ୨୯୨ ଖଣ୍ଡ ଅଧିକ ଭୋଟ ପାଇ ଜେନେରାଲ ସେକ୍ରେଟାରୀ ଭାବେ ବିଜୟୀ ହୋଇଛନ୍ତି |

ସହ ସାଧାରଣ ସମ୍ପାଦକ ଭାବେ ତନ୍ମୟ ଦାଶ ୫୩୫ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସସ୍ମିତା ସାରଥୀ ସ୍ୱାଇଁ ୨୯୪ ଖଣ୍ଡ ଭୋଟ ପାଇଛନ୍ତି | ତନ୍ମୟ ୨୪୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି | ,ପ୍ରଜ୍ଞାନ ପ୍ରିୟଦର୍ଶିନୀ ଘୋଷ ୪୬୮ଖଣ୍ଡ ଭୋଟ ପାଇଥିବାବେଳେ ନିକଟ ତମ ପ୍ରତିଦ୍ବନ୍ଦୀ ସନ୍ତୋଷ ବାରିକ ୨୭୭ଖଣ୍ଡ ଭୋଟ ପାଇଛନ୍ତି | ପ୍ରଜ୍ଞାନ ପ୍ରିୟଦର୍ଶିନୀ ୧୯୧ଖଣ୍ଡ ଅଧିକ ପାଇ ଡ୍ରାମାଟିକ ସେକ୍ରେଟାରୀ ଭାବେ ବିଜୟୀ ହୋଇଛନ୍ତି | ,ରାହୁଲ ମାଝି ଏଥେଲେଟିକ ସେକ୍ରେଟାରୀ ଭାବେ ୫୦୬ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ପ୍ରିୟା ତୋଷ ସ୍ୱାଇଁ ୨୩୪ଖଣ୍ଡ ଭୋଟ ପାଇଛନ୍ତି |ରାହୁଲ ୨୭୨ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି ଏବଂ କ୍ଲାସ ରିପ୍ରେଂଜିଟିଭ ଭାବେ ସେନସିଲ ପଟ୍ଟନାୟକ, ସୌମ୍ୟରଞ୍ଜନ ପ୍ରଧାନ ଆଶିଷ କୁମାର ପୃଷ୍ଟି ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହ ଶେଷହୋଇଛି l ନିର୍ବାଚନ ଫଳ ଘୋଷଣା ପାରେ ବିଜୟୀ ପ୍ରାର୍ଥୀ ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ବିଧାୟକ ଆଶ୍ରିତ ପଟ୍ଟନାୟକ ସମସ୍ତ ବିଜୟୀ ପ୍ରାଥୀ ଙ୍କୁ ଶୁଭେଚ୍ଛା ଜଣାଇ ମିଠା ବଣ୍ଟନ କରିଥିଲେ।






