ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ – ସମୀକ୍ଷା ଖବର

ଅବିନାଶ ଗଡତିଆ/ ବରଗଡ/ସମୀକ୍ଷା ନିୟୁଜ :

ଯୁବପିଢ଼ିକୁ ମାଦକ ଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ଏବଂ ଏକ ସୁସ୍ଥ, ସମୃଦ୍ଧ ସମାଜ ଗଠନ କରିବା ଲକ୍ଷ୍ୟରେ ବରଗଡ଼ ଜିଲ୍ଲାରେ ‘ନଶା ମୁକ୍ତ ଭାରତ ଅଭିଯାନ’ କୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରାଯାଇଛି। ସମଗ୍ର ଓଡ଼ିଶାରେ ଚାଲିଥିବା ୧୦୦ ସପ୍ତାହର ସ୍ୱତନ୍ତ୍ର ଆଣ୍ଟି-ଡ୍ରଗ୍ସ ଅଭିଯାନ ଅଧୀନରେ ବରଗଡ଼ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେହିପରି ନିକଟରେ ବରଗଡ଼ରେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ଏକ ବିଶାଳ ଜାତୀୟ ମୋଟରସାଇକେଲ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ନଶା ବିରୋଧରେ ଏକ ବଡ଼ ଜନଜାଗରଣ ସୃଷ୍ଟି କରିଛି । ଅଭିଯାନକୁ ସଫଳ କରିବା ପାଇଁ ବରଗଡ଼ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମେରା ଯୁଭା ଭାରତ ର ସ୍ଵେଚ୍ଛାସେବୀ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟମାନେ ମିଳିତ ଭାବେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନଶାଠାରୁ ଦୂରେଇ ରହିବା ପାଇଁ ଶପଥ ପାଠ କରାଉଛନ୍ତି।

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ – ସମୀକ୍ଷା

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଲୋଗାନ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ନଶାର ଭୟାବହତା ସମ୍ପର୍କରେ ବାର୍ତ୍ତା ପ୍ରସାର କରାଯାଉଛି। ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ମାଧ୍ୟମରେ ମାନସିକ ସ୍ଥିରତା ଆଣି ନଶାମୁକ୍ତ ଜୀବନ ବିତାଇବାକୁ ଲୋକଙ୍କୁ ପ୍ରେରିତ କରାଯାଉଛି। ଓଡ଼ିଶା ସରକାରଙ୍କ ‘ଜିରୋ ଟଲରାନ୍ସ’ ନୀତି ଅନୁସାରେ ବରଗଡ଼ ପୋଲିସ ନଶା କାରବାର କରୁଥିବା ମାଫିଆଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବିଭିନ୍ନ ସମୟରେ ରାତ୍ରିକାଳୀନ ପେଟ୍ରୋଲିଂ ଓ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ବେଆଇନ ଡ୍ରଗ୍ସ ଜବତ କରାଯିବା ସହ ଅନେକ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଏହି ନିୟମିତ ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ନଶା ଅଭ୍ୟାସରେ ପଡ଼ିଥିବା ବ୍ୟକ୍ତିବିଶେଷଙ୍କୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବା ପାଇଁ ବରଗଡ଼ରେ ଥିବା ନବଜୀବନ ନଶା ମୁକ୍ତି କେନ୍ଦ୍ର ଏବଂ କଲ୍ୟାଣୀ ନଶା ମୁକ୍ତି କେନ୍ଦ୍ର ଭଳି ପୁନର୍ବାସ କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ