କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍
ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ : ବାଲିଗୁଡ଼ା, ତା, ୦୮/୧୦: ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି। ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା। ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି। ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।…