ଗନ୍ଦିଆ: କିଡ଼ନୀ ଓ ଲିଭର ଦାନ କରିଥିବା ମୃତକ ଦୁର୍ଗାବତୀଙ୍କୁ ରାଜ୍ୟ ସମ୍ମାନ ପ୍ରଦାନ
ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ: ଢେଙ୍କାନାଳ, ତା. ୦୯.୦୯.୨୦୨୬- ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ମୃତକ ଦୁର୍ଗାବତୀ ରାଉତଙ୍କୁ ଆଜି ପୂର୍ବାହ୍ନରେ ରାଜ୍ୟ ସମ୍ମାନ ପ୍ରଦାନ ପୂର୍ବକ ଆରକ୍ଷୀ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (ଡ଼ି. ଆଇ.ବି.) ଶ୍ରୀ ନିରଞ୍ଜନ ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା…