ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଜନ୍ମଦିନ ପୂର୍ବରୁ ଲିଭିଗଲା ଜୀବନ ଦୀପ: ତିରଙ୍ଗାରେ ଫେରିଲେ ଭି. ତେଜା – ସମୀକ୍ଷା ଖବର

ଜନ୍ମଦିନ ପୂର୍ବରୁ ଲିଭିଗଲା ଜୀବନ ଦୀପ: ତିରଙ୍ଗାରେ ଫେରିଲେ ଭି. ତେଜା

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା : ୦୭/୧୦ : ସୋମବାର ଦିନ ନାଗାଲାଣ୍ଡରେ ସହିଦ ହୋଇଛନ୍ତି ରାୟଗଡ଼ାର ଯୁବକ ଭି ତେଜା । ସେ ଭାରତୀୟ ସେନାର ଆସାମ ରାଇଫଲସରେ ଯବାନ ରୂପେକାର୍ଯ୍ୟରତ ଥିଲେ । ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଗୁଳି ବାଜିଥିଲା ଓ ସେଠାରେ ଟଳି ପଡ଼ିଥିଲେ ତେଜା । ଘଟଣା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଅଭାବନୀୟ…

Read More
ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ଖୁସି ଖବର – ସମୀକ୍ଷା ଖବର

ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ଖୁସି ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ରାଜ୍ୟରେ ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ମାଗଣା ଟୀକା କାରଣ । ପ୍ରଥମଥର ପାଇଁ ଅନୁଗୁଳ ଜିଲ୍ଲାରୁ ଗତକାଲି ଆରମ୍ଭ ହୋଇଛି । ଜାତୀୟ ସିକିଲ ସେଲ ଆନେମିୟା ନିରାକାରଣ କାର୍ଯ୍ୟକ୍ରମ ଏବଂ ଆନେମିୟା ମୁକ୍ତ ଭାରତର ଏ ସ୍ୱତନ୍ତ୍ର ଅଭିଯାନର ଶୁଭ ଉଦଘାଟନ କରିଛନ୍ତି ସ୍ଵାସ୍ତ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବରୁ ମଧ୍ୟ ଓଡ଼ିଶାରେ ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅନେକ ସୁବିଧା…

Read More
ଢ଼ିଙ୍କିଆ ତିନି ପଂଚାୟତ ର ବିକାଶ ଧାରାକୁ ତ୍ୱରାନ୍ୱିତ କଲା ଜିନ୍ଦଲ ଉତ୍କଳ ଷ୍ଟିଲ – ସମୀକ୍ଷା ଖବର

ଢ଼ିଙ୍କିଆ ତିନି ପଂଚାୟତ ର ବିକାଶ ଧାରାକୁ ତ୍ୱରାନ୍ୱିତ କଲା ଜିନ୍ଦଲ ଉତ୍କଳ ଷ୍ଟିଲ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଜିନ୍ଦଲ ଉତ୍କଳ ଷ୍ଟିଲ୍‌ର ସଭାପତି ଅନିଲ କୁମାର ସିଂହଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଲୋକମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନା ଓ ପରାମର୍ଶ ଓ ଚିହ୍ନଟ ମାଧ୍ୟମରେ ପ୍ରାଥମିକତା ଦିଆଯାଇଥିବା ଗ୍ରାମ ବିକାଶ କାର୍ଯ୍ୟଗୁଡ଼ିକୁ ଆରମ୍ଭ କରିଛି…

Read More
ଗୋଲାମୁଣ୍ଡା: ଅନ୍ତ୍ୟୋଦୟ ଗୃହ ଯୋଜନା ତୁର୍ଲାପଡା ଙ୍କ ପାଇଁ ସାଜିଲା ବରଦାନ  – ସମୀକ୍ଷା ଖବର

ଗୋଲାମୁଣ୍ଡା: ଅନ୍ତ୍ୟୋଦୟ ଗୃହ ଯୋଜନା ତୁର୍ଲାପଡା ଙ୍କ ପାଇଁ ସାଜିଲା ବରଦାନ 

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, 06/10/୨୦୨୬: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁର୍ଲାପଡା ରେ କେବଳ ଆଦିବାସୀ ୧୪ ଟି ପରିବାର ର ୪୫ ଜଣ ବସବାସ କରୁଥିବା ବେଳେ ଜଣେ ପରିବାର ଛଡା ସବୁ ପରିବାର ର ମୁରବି ମାନଙ୍କର ମୃତ୍ୟୁ ହୋଇଛି l ଏହି ପଡା ରେ କେବଳ କାହିଁକି ପୁରୁଷ ମାନଙ୍କର ମୃତ୍ୟୁ ହେଉଛି ବୋଲି ଖବର ପାଇବା ପରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏକ ଟିମ ସହିତ ସର୍ଜମିନ କୁ ଯାଇ ସବୁ ପଚାରି ବୁଝିଥିଲେ l ଟିମ ରେ ତହସିଲଦାର ଚନ୍ଦନ କୁମାର ନାଏକ, ଏଇ ଚିତ୍ତ ରଞ୍ଜନ ଜେନା, ରାଜସ୍ୱ ନିରୀକ୍ଷକ, ଜଳ ଓ ପରିମଳ ବିଭାଗ ତଥା ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଏ ଖବର ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l  ଜିଲ୍ଲା ପ୍ରଶାସନ ଏହି ଘଟଣା କୁ ଗୁରୁତ୍ୱ ସହ ନେଇ ରାଜ୍ୟ ସରକାର ଙ୍କ ଅନ୍ତ୍ୟୋଦୟ ଯୋଜନା ରେ ସାମିଲ କରି ଦୁଇ ଏକଡ଼ ସରକାରୀ ଜାଗା ନେଇ ଅନ୍ତ୍ୟୋଦୟ ନଗର ନାମ କରଣ କରି ଆଜି ୧୩ ଟି ପରିବାର ଙ୍କୁ ଆବାସ ର କାର୍ଯ୍ୟାଦେଶ ବଣ୍ଟନ କରାଗଲା l ନଗର ରେ ଏକ ନୂତନ ପୋଖରୀ, ଧରନିଶାଲ, ପିଇବା ପାଣି ର ବ୍ୟବସ୍ଥା, ବିଦ୍ୟୁତ ସଂଯୋଗୀ କରଣ,ପାଇଖାନା ଓ ରୋଷେଇ ଘର ବ୍ୟବସ୍ଥା, ଗାଈ ଓ ଛେଳି ଗୁହାଳ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି l ବଣ୍ଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ପ୍ରଧାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଏବିଡ଼ିଓ ବିଜୟ କୁମାର ନାଏକ,ଏପିଡି ଆରଏଚ ଅମୁଲ୍ୟ ବେହେରା, ଏପିଡି ସ୍କିମ ବିଭାଗର ବିମ୍ବାଧର ସାହୁ, ଭିବିଜିରାମ ଜୀ ଏମସି ପାର୍ବତୀ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ଡ଼. ମାନସ ରଞ୍ଜନ ତ୍ରିପାଠୀ, ଆରଏଚ ବିପିସି ମଧୁ ସାହୁ, ଏଇ ଚିତ୍ତ ରଞ୍ଜନ ଜେନା, ନିକୁଞ୍ଜ ନାଏକ, ଅଲେଖ ସା,ରାଜ ମୋହନ ଶବର, ଦିନେଶ ପାନକା, ଜୟରାମ ସାହୁ, ଲଳିତ ମଙ୍ଗରାଜ, ସଂଜୀବ ନିଆଲ, ଜୟନ୍ତ ସିଂ, ଜୟ କୃଷ୍ଣ ସାହୁ, ତାପସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Read More
ଝାରସୁଗୁଡ଼ା: ସମାଜସେବୀ ମୋହନ ଚନ୍ଦ୍ର ଭୋଳଙ୍କ ପରଲୋକ – ସମୀକ୍ଷା ଖବର

ଝାରସୁଗୁଡ଼ା: ସମାଜସେବୀ ମୋହନ ଚନ୍ଦ୍ର ଭୋଳଙ୍କ ପରଲୋକ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା, ୬/୧୦ : ସହରର ଜଣାଶୁଣା ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ମୋହନ ଚନ୍ଦ୍ର ଭୋଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି l ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା l ତାଙ୍କ ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ଝାରସୁଗୁଡ଼ା ସହରରେ ଶୋକର ଛାୟା ଖେଳିଯାଇଛି l ସ୍ୱର୍ଗତ ଭୋଳ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ସକ୍ରିୟ ସମାଜସେବୀ ଭାବେ…

Read More
ସୁନାବେଡ଼ା HAL କୋରାପୁଟରେ ୨,୦୦୦ତମ ଏରୋ-ଇଞ୍ଜିନ ହସ୍ତାନ୍ତର – ସମୀକ୍ଷା ଖବର

ସୁନାବେଡ଼ା HAL କୋରାପୁଟରେ ୨,୦୦୦ତମ ଏରୋ-ଇଞ୍ଜିନ ହସ୍ତାନ୍ତର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:ଆଜି 6/10/2026: କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (HAL) କୋରାପୁଟ ଡିଭିଜନ ଏକ ବଡ଼ ମାଇଲଷ୍ଟୋନ୍ ହାସଲ କରିଛି। ୬ ଅକ୍ଟୋବର ୨୦୨୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ୨,୦୦୦ତମ ଏରୋ-ଇଞ୍ଜିନର ହସ୍ତାନ୍ତର ଅନୁଷ୍ଠାନ ହୋଇଛି। HAL କୋରାପୁଟର ଗୁରୁତ୍ୱ: ଏହି ଡିଭିଜନ ୧୯୬୪ରେ ପ୍ରତିଷ୍ଠିତ ହୋଇଥିଲା। ଦୀର୍ଘ ୬ ଦଶନ୍ଧି ଧରି ଏହା ଭାରତର ସାମରିକ ବିମାନ ଇଞ୍ଜିନ ଉତ୍ପାଦନ ଓ ଓଭରହଲ୍‌ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…

Read More
ପରଜଙ୍ଗ: ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ୨୦୨୬ – ସମୀକ୍ଷା ଖବର

ପରଜଙ୍ଗ: ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ୨୦୨୬

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ: ପରଜଙ୍ଗ ୦୬/୧୦ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ ‘ସେବା ସେତୁ ମେଳା’ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ସେବା ସେତୁ ମେଳା ରେ ଓଡିଶା ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କୁ ସରକାରୀ ଯୋଜନା ଓ ସେବା ସହଜରେ ଯୋଗାଇ ଦେବା ପାଇଁ ‘ ସେବା ସଂକଳ୍ପ ଅଭିଯାନ…

Read More
କୁଜଙ୍ଗକୁ ଏନ୍ଏସି ଦାବି: ଦାବିପତ୍ର ଗ୍ରହଣ କଲେ ତହସିଲଦାର – ସମୀକ୍ଷା ଖବର

କୁଜଙ୍ଗକୁ ଏନ୍ଏସି ଦାବି: ଦାବିପତ୍ର ଗ୍ରହଣ କଲେ ତହସିଲଦାର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗକୁ ଏନ୍ଏସି ମାନ୍ୟତା ଦାବି ଜୋର ଧରିଲା l ପୂର୍ବରୁ ୧୪ ମାର୍ଚ୍ଚ ୨୦୨୪ ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତିଭୂମି ଅନୁଧ୍ୟାନ କରି ଲୋକଙ୍କ ଦାବି ଫଳରେ କୁଜଙ୍ଗକୁ ଏନ୍ଏସି ଘୋଷଣା କରିଥିଲେ l ତେବେ ଅର୍ଥ ମଞ୍ଜୁରୀ ପୂର୍ବରୁ ବିଜେଡି ସରକାରର ପତନ ଘଟିଥିଲା ଓ ବିଜେପି ସରକାର ଆସିବା ପରେ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ ନଥିବାରୁ…

Read More
ପରଜଙ୍ଗ: ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା – ସମୀକ୍ଷା ଖବର

ପରଜଙ୍ଗ: ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ: ପରଜଙ୍ଗ ୬/୧୦ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଅଟଳ ବସଷ୍ଟାଣ୍ଡ ରେ ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀ ଙ୍କ ଧାରଣା। ସୂଚନା ଅନୁଯାୟୀ ପରଜଙ୍ଗ ଠାରୁ ମାଣିକମାରା ଭାୟା ଆଖୁଆପାଳ , ବସୁଲେ଼ଇ ଯାଉଥିବା ମୋ ବସ୍ ରେ ୩୯ ସିଟ ଓ ୭ ଜଣ ଛିଡା ହୋଇ ଯିବାର କ୍ଷମତା ରହିଥିବା ବେଳେ ଆଖୁଆପାଳ ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରାୟ ୫୦ ଜଣ…

Read More