ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ – ସମୀକ୍ଷା ଖବର

ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଶିଶୁ ବିକାଶ ବିଭାଗ ଅଧିକାରିଣୀ ପୂର୍ଣ୍ଣିମା ବୈଠାରୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୁଣସାଗର ମେହେର, ସୋମେଶ ଦତ୍ତ ହୋତା,…

Read More
ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍ – ସମୀକ୍ଷା ଖବର

ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ପ୍ରଶାସନର ପଦକ୍ଷେପ; ଗରିବ ପରିବାରଙ୍କୁ ମିଳିବ ସାମାଜିକ କାର୍ଯ୍ୟ ପାଇଁ ସୁବିଧାବଲାଙ୍ଗୀର : କଣ୍ଟାବାଞ୍ଜି ସାପ୍ତାହିକ ବଜାର ମଧ୍ୟରେ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍‌କୁ ଏବେ ଉଦ୍ଧାର କରାଯିବ। ଏନେଇ କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଅବ୍ୟବହୃତ ଓ ଅବହେଳିତ ହୋଇ ପଡ଼ିଥିବା ଏହି ଦୁଇଟି ସୁବିଧା…

Read More
ପଣ୍ଡରେନ୍‌ରୁ ଜାମକି ଯିବା ରାସ୍ତା ଶୋଚନୀୟ – ସମୀକ୍ଷା ଖବର

ପଣ୍ଡରେନ୍‌ରୁ ଜାମକି ଯିବା ରାସ୍ତା ଶୋଚନୀୟ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବର୍ଷେ ନପୁରୁଣୁ ରାସ୍ତାରେ ବଡ଼ ବଡ଼ ଖାଲ; ନିମ୍ନମାନର କାମ ନେଇ ଅଭିଯୋଗଭାରିଯାନ ଚଳାଚଳରେ ରାସ୍ତା ଧ୍ୱଂସ, ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀବଲାଙ୍ଗୀର : ତୁରେକେଲା ବ୍ଲକ ପଣ୍ଡରେନ୍‌ ଗାଁରୁ ଜାମକି ଗାଁକୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତା ନିର୍ମାଣକୁ ଗୋଟିଏ ବର୍ଷ ମଧ୍ୟ ପୂରଣ ହୋଇନଥିବା ବେଳେ ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା ସହ ବଡ଼ ବଡ଼ ଖାଲ…

Read More
ମୃଦଙ୍ଗର ତାଳ ପଛରେ ନିରବ ଲୁହ – ସମୀକ୍ଷା ଖବର

ମୃଦଙ୍ଗର ତାଳ ପଛରେ ନିରବ ଲୁହ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: (ପିଢ଼ି ପିଢ଼ିର ପରମ୍ପରାକୁ ଜୀବନ୍ତ ରଖିଛନ୍ତି କାରିଗର, ହେଲେ ନିଜ ଜୀବନରେ ଅଭାବର ତାଳ ।) ଗାଇସିଲେଟ : ଭୋର ହେବା ପୂର୍ବରୁ ଯେତେବେଳେ ଗାଁ ନିଦରେ ଶୋଇଥାଏ, ସେତେବେଳେ ଜଣେ କାରିଗରଙ୍କ ଘରେ ଆରମ୍ଭ ହୋଇଯାଏ ଦିନ। ଚାରିପାଖର ନିରବତାକୁ ଭାଙ୍ଗି ଶୁଣାଯାଏ କାଠରେ ଯନ୍ତ୍ର ଚାଲିବାର ଶବ୍ଦ। ହାତରେ ଧରା କାଠ, ଚମଡ଼ା ଓ ଦଉଡ଼ିର ସ୍ପର୍ଶରେ ଧୀରେ ଧୀରେ ଆକାର…

Read More
ଗୁଡାରି:ସରକାରୀ ବସ୍‌ ସେବା ପାଇଁ ରାଜଧାନୀ ମୁହାଁ ସାଇକେଲ ଯାତ୍ରା – ସମୀକ୍ଷା ଖବର

ଗୁଡାରି:ସରକାରୀ ବସ୍‌ ସେବା ପାଇଁ ରାଜଧାନୀ ମୁହାଁ ସାଇକେଲ ଯାତ୍ରା

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:ସ୍ୱାଧୀନତାର ଦଶନ୍ଧି ପରେ ଦଶନ୍ଧି ବିତିଗଲା। ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାରେ ଆସିଛି ଅନେକ ପରିବର୍ତ୍ତନ। ନୂଆ ରାସ୍ତା, ନୂଆ ଯାନବାହନ ଓ ଦ୍ରୁତ ପରିବହନ ବ୍ୟବସ୍ଥାର କଥା କୁହାଯାଉଛି। କିନ୍ତୁ ଏହି ବିକାଶର ଚିତ୍ର ମଧ୍ୟରେ ରାୟଗଡ଼ା ଜିଲ୍ଲାର ଗୁଡାରିବାସୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ସହ ସିଧାସଳଖ ସରକାରୀ ବସ୍‌ ସେବା ଏବେ ବି ଏକ ଅପୂରଣୀୟ ଦାବି ହୋଇ ରହିଛି। ଏହି ଦାବିକୁ ନେଇ ଗୁଡାରିର ସାମାଜିକ…

Read More
ମାଲକାନଗିରି ଜିଲ୍ଲା ସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ: ୧୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମହା ସମାରୋହ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ: ୧୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମହା ସମାରୋହ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ସମଗ୍ର ଜିଲ୍ଲାର ୧,୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଆଙ୍ଗନ କା ଉତ୍ସବ ଏବଂ ମୋ ଅଙ୍ଗନବାଡ଼ି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ପ୍ରତ୍ୟେକ କେନ୍ଦ୍ରରେ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ସ୍ଥାନୀୟ ପ୍ରତିନିଧି…

Read More
ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା – ସମୀକ୍ଷା ଖବର

ପୋଲିସ ଅଧିକାରୀଙ୍କ ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନାରେ ଜଣେ ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଓ ନିନ୍ଦା ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜର ଏକ ସମସ୍ୟା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ ଧୂଷୁରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ଦୁଇ ଦିନ ଧରି ଥାନାକୁ ଦୌଡ଼ିବା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ ହୋଇଛି। ଏଥିରେ ନିରାଶ ହୋଇ…

Read More
ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି – ସମୀକ୍ଷା ଖବର

ଧାମନଗରରେ ଅଘଟଣ: ବନ୍ୟା ପାଣିର ପ୍ରଖର ସୁଅରେ ଭାସିଗଲେ ୯ ବର୍ଷର ଶିଶୁ, ଖୋଜାଖୋଜି ଜାରି

ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ: ଧାମନଗର ବ୍ଲକ କଟସାହି ପଞ୍ଚାୟତ ଜଗନ୍ନାଥପୁର ମହାଦେବ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ୟା ପାଣିର ପ୍ରଖର ସୁଅରେ ଭାସିଯାଇ ଜଣେ ୯ ବର୍ଷର ଶିଶୁ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହାଦେବ ସାହି ପୋଲ ନିକଟରେ ବନ୍ୟା ଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମର ଶୁଭ୍ରାଂଶୁ ପଣ୍ଡା (୯) ନାମକ ଜଣେ ଛାତ୍ରଙ୍କ ଗୋଡ଼ ଅକସ୍ମାତ୍ ଖସିଯିବାରୁ ସେ…

Read More
ଅଙ୍ଗନବାଡିର ଆଙ୍ଗନ୍ କା ଉତ୍ସବ – ସମୀକ୍ଷା ଖବର

ଅଙ୍ଗନବାଡିର ଆଙ୍ଗନ୍ କା ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ରବିବାର ଠାରୁ ସରକାରଙ୍କ ତରଫରୁ ୩ଦିନ ଧରି ପାଳିତ ହେଉଥିବା “ଆଙ୍ଗନ୍ କା ଉତ୍ସବ” ମଙ୍ଗଳବାର ଦିନ ଶେଷ ହେଉଥିବା ଜଣାପଡ଼ିଛି । ପ୍ରତ୍ୟେକ ଅଙ୍ଗନବାଡିରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୟରେ ବିଭିନ୍ନ ପ୍ରକ୍ରିୟା ଓ କାର୍ଯ୍ୟକ୍ରମ ତଥା ପ୍ରଶିକ୍ଷଣ ମାଧ୍ୟମରେ ଛୋଟପିଲା ଓ ଅବିଭାବକଙ୍କୁ ଆକୃଷ୍ଟ କରି ଶିଶୁର ସର୍ବାଙ୍ଗ ବିକାଶ ଦିଗରେ ଏକ ଉଦ୍ୟମ ।ଖବରକ୍ରମେ…

Read More
ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜ: ୧୧୧ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ଆର୍ଥିକ ସହାୟତାନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇଥିଲା।ଉକ୍ତ ଶିବିରରେ ମୋଟ ୧୧୧ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏଥିରେ ୮୬ଟି ବ୍ୟକ୍ତିଗତ ଓ ୨୫ଟି ଗୋଷ୍ଠୀଗତ ଅଭିଯୋଗ…

Read More