ବନ୍ଧୁକ ମୁନରେ ସାଧନା ଜୁଏଲେରିରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ
ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, 26/9/2026: ପାରାଦୀପ ସ୍ଥିତ ତାରିଣୀଗଡ଼ା ଅଞ୍ଚଳରେ ଏକ ସୁନା ଦୋକାନରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ତାରିଣୀଗଡ଼ା ଠାରେ ଥିବା ସାଧନା ଜୁଏଲେରିକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଏହି ଲୁଟ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣା ପରେ ପାରାଦୀପ ଆଦର୍ଶ…