ବିଶ୍ୱ ପର୍ଯ୍ୟଟନ ଦିବସରେ କଳାହାଣ୍ଡି ପ୍ରମୋ ରନ୍୨୦୦ରୁ ଊର୍ଦ୍ଧ୍ୱ ଧାବକଙ୍କ ଅଂଶଗ୍ରହଣ
ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୭/୯: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଭବାନୀପାଟଣାଠାରେ ୫ କିମି ‘କଳାହାଣ୍ଡି ପ୍ରମୋ ରନ୍’ ଅନୁଷ୍ଠିତ ହୋଇଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ ହୋଇଥିବା ଏହି ପ୍ରମୋ ରନ୍ ବିନାୟକ ମହାବିଦ୍ୟାଳୟ ଦେଇ ପୁନର୍ବାର ବିଶ୍ୱବିଦ୍ୟାଳୟଠାରେ ଶେଷ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରନ୍ର ଶୁଭାରମ୍ଭ କରିଥିଲେ। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଯୁବ…