ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ – ସମୀକ୍ଷା ଖବର

ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୫/୯: ସ୍ଥାନୀୟ ଟାଉନ ହଲଠାରେ ଶୁକ୍ରବାର ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଭାବାସୀ ମାଧ୍ୟମରେ ଟାଉନ ହଲରେ ଉପସ୍ଥିତ ଅତିଥି, ସମବାୟ ସମିତି ସଭାପତି, ପରିଚାଳନା ପରିଷଦ ସଦସ୍ୟ, ସମ୍ପାଦକ ଓ ଅଗ୍ରଣୀ କୃଷକମାନେ ଦେଖିଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଶକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ନିବନ୍ଧକ କଳାହାଣ୍ଡି ଅଜିତ କୁମାର ବଗର୍ତ୍ତୀଙ୍କ ସମେତ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ମଞ୍ଚାସୀନ ଥିଲେ। ଉପନିବନ୍ଧକ ସମବାୟ ସମିତି ସ୍ୱରୂପ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‘ସମ୍ବନ୍ଧ’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକରେ ସଦସ୍ୟତା ବୃଦ୍ଧି କରିବା ସହ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପସ୍‌କୁ ସୁଦୃଢ଼ କରିବା। ଏଥିସହ ମହିଳା ଓ ଗ୍ରାମୀଣ ଯୁବବର୍ଗଙ୍କୁ ସମବାୟ ଆନ୍ଦୋଳନରେ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯିବ।ସଦସ୍ୟତାରୁ ବଞ୍ଚିତ ପରିବାର ଚିହ୍ନଟ, ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ପ୍ରଚାର ଓ ମୋବାଇଲ ଆପ୍‌ ଜରିଆରେ ନାମଲେଖା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ରେ ମେଗା ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୧୬୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍‌ କାର୍ଯ୍ୟରତ ରହିଛି।

Read More
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିଲା କେନ୍ଦୁଝର ବିଜେପି – ସମୀକ୍ଷା ଖବର

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିଲା କେନ୍ଦୁଝର ବିଜେପି

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, 25/09ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲାର ସମସ୍ତ ମଣ୍ଡଳ ଏବଂ ବିଭିନ୍ନ ବୁଥ୍ ସ୍ତରରେ ଜୟନ୍ତୀ ପାଳନ କରାଯାଇଥିବା ବେଳେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ମଧ୍ୟ ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱ ରେ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଯୋଗଦେଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ସ୍ମୃତିଚାରଣ କରିଥିଲେ।…

Read More
ବିଧାନସଭା ଅଧାରୁ ଛାଡ଼ି ବନ୍ୟାଞ୍ଚଳରେ ପହଁଚିଲେ ମାଲକାନଗିରି ବିଧାୟକ – ସମୀକ୍ଷା ଖବର

ବିଧାନସଭା ଅଧାରୁ ଛାଡ଼ି ବନ୍ୟାଞ୍ଚଳରେ ପହଁଚିଲେ ମାଲକାନଗିରି ବିଧାୟକ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୯/୨୬ବନ୍ୟାରେ ଜଳମଗ୍ନ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଦୁଃଖ ଓ ସମସ୍ୟା ବୁଝିଲେ ମାନ୍ୟବର ବିଧାୟକ।ମାଲକାନଗିରି ବିଧାନସଭାର କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ମାଲକାନଗିରି ପହଞ୍ଚିଲେ ବିଧାୟକ ନରସିଂହ ମାଡକାମୀ । ଗତ ଦୁଇ ଦିନଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ପ୍ରଭାହିତ ହେବା ସହ ଯୋଗା ଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଶେଷ କରି କାଳିମେଳା, ପୋଟେରୁ ଓ ପଡିଆ ଓ କାଳିମେଳା…

Read More
ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା – ସମୀକ୍ଷା ଖବର

ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼: ବରଗଡ଼ ଉପଖଣ୍ଡର ନୂତନ ଏସ୍‌ଡିପିଓ ଭାବେ ୨୦୨୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଏ. ବି. ଶିଳ୍ପା ନିଯୁକ୍ତ ହୋଇଛନ୍ତି।ଏ. ବି. ଶିଳ୍ପା କେରଳ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ବି.ଟେକ୍‌ ଡିଗ୍ରୀ ହାସଲ କରିଥିବା ବେଳେ। ଆଇବିଏସ୍ ସଫ୍ଟୱେର ସର୍ଭିସେସ୍‌ରେ ସଫ୍ଟୱେର ଡେଭେଲପର ଭାବେ କାର୍ଯ୍ୟ କରିଛନ୍ତି। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୧୯: ସର୍ବଭାରତୀୟ ସ୍ତରରେ ୨୯୮ତମ ସ୍ଥାନ (AIR…

Read More
‘ସମ୍ବନ୍ଧ’ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ – ସମୀକ୍ଷା ଖବର

‘ସମ୍ବନ୍ଧ’ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ଦୁଇ ମାସରେ ଖୋରଧାରେ ୭୦ ହଜାର ନୂଆ ସମବାୟ ସଦସ୍ୟ ସଂଗ୍ରହ ଲକ୍ଷ୍ୟ ; ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ ଖୋରଧା, ସେପ୍ଟେମ୍ବର ୨୫ : ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ। ଏହି ଅଭିଯାନ ମାଧ୍ୟମରେ ଖୋରଧା ଜିଲ୍ଲାରେ ଆଗାମୀ ଦୁଇ ମାସ…

Read More
ଖାଲଖମା ଭର୍ତ୍ତି ଗୁରୁଜଙ୍ଗ-ନୂଆଗାଁ ରାସ୍ତା, ବଢ଼ୁଛି ଦୁର୍ଘଟଣା ଆଶଙ୍କା – ସମୀକ୍ଷା ଖବର

ଖାଲଖମା ଭର୍ତ୍ତି ଗୁରୁଜଙ୍ଗ-ନୂଆଗାଁ ରାସ୍ତା, ବଢ଼ୁଛି ଦୁର୍ଘଟଣା ଆଶଙ୍କା

ବର୍ଷାଜଳ ଜମି ଯାତାୟାତ ବିପର୍ଯ୍ୟସ୍ତ; ୧୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ହନ୍ତସନ୍ତ, ଦୁଇ ମାସରେ ୪୦ରୁ ୫୦ ଜଣ ଆହତ ହୋଇଥିବା ଅଭିଯୋଗ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ ଖୋରଧା, ୨୫ା୯ : ଖାଲଖମାରେ ଭର୍ତ୍ତି ରାସ୍ତା, ଚାରିଆଡ଼େ ବର୍ଷାଜଳର ଆସ୍ତରଣ। କେଉଁଠି ରାସ୍ତାର ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ତ ଆଉ କେଉଁଠି ଖାଲ ଭିତରେ ପାଣି ଜମି ରହିଛି। ଦୂରରୁ ରାସ୍ତା ଓ…

Read More
ଲଘୁଚାପ ବର୍ଷାରେ ୫୯ ନମ୍ବର ରାଜପଥ ଅବରୋଧ, ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରୁ ଯାତାୟାତ ସ୍ୱାଭାବିକ – ସମୀକ୍ଷା ଖବର

ଲଘୁଚାପ ବର୍ଷାରେ ୫୯ ନମ୍ବର ରାଜପଥ ଅବରୋଧ, ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରୁ ଯାତାୟାତ ସ୍ୱାଭାବିକ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୨୫/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ମଲାପଡ଼ା ଗାଁ ନିକଟରେ ୫୯ ନମ୍ବର ରାଜପଥରେ ଶୁକ୍ରବାର ଲଘୁଚାପ ବର୍ଷା ଯୋଗୁଁ ଏକ ବମୁର ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଉଭୟ ପଟରୁ ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ମୁତାବକ, ୫୯ ନମ୍ବର ରାଜପଥ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ଶହଶହ ଗାଡ଼ିମୋଟର ଯିବାଆସିବା କରିଥାଏ। ସୂଚନା ପାଇ ଅଗ୍ନିଶମ…

Read More
ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ – ସମୀକ୍ଷା ଖବର

ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ ବରଗଡ଼, ୨୫ ସେପ୍ଟେମ୍ବର: ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସଶକ୍ତ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ମେଗା ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଉନ୍ମୋଚନ କରିଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ଯୋଡ଼ି…

Read More
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ – ସମୀକ୍ଷା ଖବର

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା.୨୫.୦୯.୨୦୨୬ : ଆଜି ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ କରାଯାଇଛି । ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପ -ନିବନ୍ଧକ ଅନନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ,ନୟାଗଡ଼ ଇଂ ଦେବାଶିଷ…

Read More
ଟିଟିଲାଗଡ଼ : ଖୋଲୁଛି ବଡ଼ଧରଣର ଜମି କେଳେଙ୍କାରୀ ର ଗୁମର; ଅଣ ଓଡ଼ିଆଙ୍କ କବ୍ଜାରେ ମୂଲ୍ୟବାନ ସରକାରୀ ଜମି – ସମୀକ୍ଷା ଖବର

ଟିଟିଲାଗଡ଼ : ଖୋଲୁଛି ବଡ଼ଧରଣର ଜମି କେଳେଙ୍କାରୀ ର ଗୁମର; ଅଣ ଓଡ଼ିଆଙ୍କ କବ୍ଜାରେ ମୂଲ୍ୟବାନ ସରକାରୀ ଜମି

୧୯ ଏକର ୧୮ ଡିସମିଲ ପଥର ଚଟାଣ ବି ବାଦ ପଡିଲାନି.. ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼ ସହର ତଥା ଆଖ ପାଖ ଅଂଚଳ ସମେତ ସମଗ୍ର ଉପଖଣ୍ଡ ରେ ସରକାରୀ ଜମି ଜାଲିଆତି କରିବା ସହିତ ଜବରଦଖଲ କରି ମାଡି ବସିଥିବା ଘଟଣା ର ଗୋଟିଏ ପରେ ଗୋଟିଏ ଘଟଣା ଏବେ ସାମ୍ନା କୁ ଆସୁଛି l ଟିଟିଲାଗଡ଼ ସହର ଜନୈକ ଅସାଧୁ ବ୍ୟବସାୟୀ ଟିଟିଲାଗଡ଼ ଅଂଚଳ ର ବହୁ ସରକାରୀ ଜମି…

Read More