ଗଭୀର ଅବପାତ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ; ଖୋରଧା ରେ ତୁହାକୁ ତୁହା ବର୍ଷା , ଟାଙ୍ଗୀରେ ସର୍ବାଧିକ ୭୮ ମି. ମି ବର୍ଷା
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ ଖୋରଧା, ସେପ୍ଟେମ୍ବର ୨୩ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ପ୍ରଭାବରେ ଖୋରଧା ଜିଲ୍ଲାରେ ତୁହାକୁ ତୁହା ବର୍ଷାର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟା ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସମୟରେ ବର୍ଷା ଲାଗି ରହିଥିଲା।…