କେନ୍ଦୁଝରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ; ଏସ୍.ଆଇ.ଆର୍. ରେ ସହଯୋଗ ପାଇଁ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ
ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର, ୨୧ ସେପ୍ଟେମ୍ବର: କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଆଜି ମିନି କନ୍ଫରେନ୍ସ ହଲ୍ଠାରେ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) ର ସଫଳ ସମାପ୍ତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରିଛନ୍ତି।ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ସିଂହ କହିଥିଲେ ଯେ, ସମସ୍ତ ଯୋଗ୍ୟ…