ଆମ୍ବେଦକର ୟୁଥ ବ୍ରିଗେଡ ବୁଦ୍ଧିକୋମନା, ନୂଆପଡା ତରଫରୁ ଧୁମଧାମରେ ନୁଆଁଖାଇ ଭେଟଘାଟ
ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ ନୂଆପଡା /କୋମନା ତାରିଖ -16-09-2026: କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଅବସରରେ ଆମ୍ବେଦକର ୟୁଥ ବ୍ରିଗେଡ ବୁଦ୍ଧିକୋମନା, ନୂଆପଡା ପକ୍ଷରୁ ଧୁମଧାମରେ “ନୁଆଁଖାଇ ଭେଟଘାଟ–୨୦୨୬” ଆୟୋଜିତ ହୋଇଯାଇଛି। ନୁଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ଏହା ଭାଇଚାରା, ପ୍ରେମ, ସମ୍ପର୍କ ଓ ସାମାଜିକ ଏକତାର ପ୍ରତୀକ। ଏହି ମହାନ ପରମ୍ପରାକୁ ଆହୁରି ସୁନ୍ଦର ଓ ଜୀବନ୍ତ କରିବା ପାଇଁ ଅଞ୍ଚଳର…