ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
କାଲିମେଳା ପଞ୍ଚାୟତ ସମିତିଠାରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ, ୧୧୩ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ – ସମୀକ୍ଷା ଖବର

କାଲିମେଳା ପଞ୍ଚାୟତ ସମିତିଠାରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ, ୧୧୩ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୮/୦୯/୨୬ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତ ସମିତି ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ସେବା ସେତୁ ଅଭିଯାନ ଶିବିର ଏବଂ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ସିଡିଓ-କମ୍-ଇଓ ଦାଶରଥି ସରାବ, ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନୀ ସୋଡ଼ି, ତହସିଲଦାରଙ୍କ ସମେତ ବିଭିନ୍ନ…

Read More
ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପ୍ରତିଶୃତି – ସମୀକ୍ଷା ଖବର

ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପ୍ରତିଶୃତି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୯/୦୯/୨୬ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖରୁ ୨୫ ତାରିଖ ପ ର୍ଯ୍ୟନ୍ତ ବାତ୍ୟା ଅର୍ଣବ ପ୍ରଭାବରେ ଜିଲ୍ଲାରେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖା ଦେଇଛିା ଜିଲ୍ଲାର ବିଭିନ୍ନ ଅଂଚଳରୁ ଏଭଳି ଖବର ଆସିଥିବାବେଳେ ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ । ବିଶେଷ କରି କାଲିମେଳା ବ୍ଲକରେ ଅଧିକ ପ୍ରଭାବ ପଡିଥିବା ବେଳେ ଭେଜାଙ୍ଗିବାଡା ଗ୍ରାମ ପଂଚାୟତର ଏମ୍‌.ପି.ଭି. ୧୬ ଗ୍ରାମରେ ବର୍ଷା ଜଳ ପ୍ରବେଶ…

Read More
ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ – ସମୀକ୍ଷା ଖବର

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୭/୦୯/୨୬ପ୍ରଶାସନିକ ଦକ୍ଷତା ଏବଂ ଅଭିନବ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଆଜି ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ୧୧୦ତମ ସ୍କଚ୍ ସମିଟ୍‌ରେ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ…

Read More
ମାଲକାନଗିରିରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ,  ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍ ଓ ବସ୍ କର୍ମଚାରୀଙ୍କୁ ସହାୟତା – ସମୀକ୍ଷା ଖବର

ମାଲକାନଗିରିରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ, ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗୋବିନ୍ଦପାଲ୍ଲୀରେ ଅଟକିଥିବା ଟ୍ରକ୍ ଓ ବସ୍ କର୍ମଚାରୀଙ୍କୁ ସହାୟତା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ପ୍ରବଳ ବର୍ଷା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ଜିଲ୍ଲାବାସୀଙ୍କୁ ଏକ ଆଶ୍ୱାସନାପୂର୍ଣ୍ଣ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ। ଗତକାଲି ରାତିରୁ ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ କମିଯାଇଛି ଏବଂ ବନ୍ୟା ସ୍ଥିତିରେ ଦ୍ରୁତ ସୁଧାର ଆସିବା ସହ ସମସ୍ତ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।…

Read More
ବନ୍ୟା ବିପତ୍ତି ମଧ୍ୟରେ ସଞ୍ଜୀବନୀ ସାଜିଲା ଜିଲ୍ଲା ପ୍ରଶାସନ: ଓଡ୍ରାଫ୍‌ର ସାହସିକ ଅଭିଯାନ, ମାଲକାନଗିରିରେ ନବଜାତକଙ୍କ ସୁରକ୍ଷିତ ଜନ୍ମ – ସମୀକ୍ଷା ଖବର

ବନ୍ୟା ବିପତ୍ତି ମଧ୍ୟରେ ସଞ୍ଜୀବନୀ ସାଜିଲା ଜିଲ୍ଲା ପ୍ରଶାସନ: ଓଡ୍ରାଫ୍‌ର ସାହସିକ ଅଭିଯାନ, ମାଲକାନଗିରିରେ ନବଜାତକଙ୍କ ସୁରକ୍ଷିତ ଜନ୍ମ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି/ମାଲକାନଗିରି / ସମୀକ୍ଷା ନିୟୁଜ:ସାମୁଦ୍ରିକ ଝଡ଼ ଅର୍ଣ୍ଣବର ପ୍ରଭାବରେ ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପ୍ରମୁଖ ଜଳସ୍ରୋତ ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହିଭଳି ଏକ ସଙ୍କଟଜନକ ଓ ସଂବେଦନଶୀଳ ସମୟରେ ମାଲକାନଗିରି ଜିଲ୍ଲା ପ୍ରଶାସନର କର୍ତ୍ତବ୍ୟନିଷ୍ଠା, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ମାନବୀୟ ସମ୍ବେଦନଶୀଳତାର ଏକ ଅନନ୍ୟ ଉଦାହରଣ ପ୍ରକାଶ ପାଇଛି।…

Read More
ମାଲକାନଗିରିରେ ସମ୍ବନ୍ଧ ସମବାୟ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ – ସମୀକ୍ଷା ଖବର

ମାଲକାନଗିରିରେ ସମ୍ବନ୍ଧ ସମବାୟ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:ସ୍ଥାନୀୟ ସଂସ୍କୃତି ଭବନଠାରେ ସମବାୟ ସଦସ୍ୟତା ମହା ଅଭିଯାନ ସମ୍ବନ୍ଧ–୨୦୨୬ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ମହୋତ୍ସବ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ମହା ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ସମବାୟ ବ୍ୟବସ୍ଥା ହେଉଛି ଆମ ଜିଲ୍ଲାର ଗ୍ରାମୀଣ ଅର୍ଥନୀତି ଓ…

Read More
ବିଧାନସଭା ଅଧାରୁ ଛାଡ଼ି ବନ୍ୟାଞ୍ଚଳରେ ପହଁଚିଲେ ମାଲକାନଗିରି ବିଧାୟକ – ସମୀକ୍ଷା ଖବର

ବିଧାନସଭା ଅଧାରୁ ଛାଡ଼ି ବନ୍ୟାଞ୍ଚଳରେ ପହଁଚିଲେ ମାଲକାନଗିରି ବିଧାୟକ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୯/୨୬ବନ୍ୟାରେ ଜଳମଗ୍ନ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଦୁଃଖ ଓ ସମସ୍ୟା ବୁଝିଲେ ମାନ୍ୟବର ବିଧାୟକ।ମାଲକାନଗିରି ବିଧାନସଭାର କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ମାଲକାନଗିରି ପହଞ୍ଚିଲେ ବିଧାୟକ ନରସିଂହ ମାଡକାମୀ । ଗତ ଦୁଇ ଦିନଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ପ୍ରଭାହିତ ହେବା ସହ ଯୋଗା ଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଶେଷ କରି କାଳିମେଳା, ପୋଟେରୁ ଓ ପଡିଆ ଓ କାଳିମେଳା…

Read More
ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ – ସମୀକ୍ଷା ଖବର

ଲଘୁଚାପ ବର୍ଷାରେ ମାଲକାନଗିରି ବେହାଲ: ୪ ପୋଲ ଉପରେ ୩ ଫୁଟ୍ ପାଣି, NH-326ରେ ଯାତାୟାତ ଠପ୍; ଜନଜୀବନ ବିପର୍ଯ୍ୟସ୍ତ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ମାଲକାନଗିରି: ଲଘୁଚାପଜନିତ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ରାସ୍ତା ଓ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ଓ ଏମ୍‌ଭି-୯୬ ନିକଟସ୍ଥ ୪ଟି ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ NH-326ରେ ମଧ୍ୟ ଯାନବାହନ…

Read More
ମାଲକାନଗିରି:ମାସିକ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ, କୃତୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ – ସମୀକ୍ଷା ଖବର

ମାଲକାନଗିରି:ମାସିକ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ, କୃତୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୩/୦୯/୨୬ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହଠାରେ ସେପ୍ଟେମ୍ବର ମାସ ନିମନ୍ତେ ମାସିକ ଜିଲ୍ଲା ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଶୈକ୍ଷିକ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ପୁଙ୍ଖାନୁପୁଙ୍ଖ…

Read More
ଗଭୀର ଅବପାତ ଓ ପ୍ରବଳ ବର୍ଷା ସମ୍ଭାବନା: ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଜରୁରୀ ସମୀକ୍ଷା, ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ, ୨୪ ତାରିଖରେ ମଦ ଦୋକାନ ବନ୍ଦ ରହିବ, ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା – ସମୀକ୍ଷା ଖବର

ଗଭୀର ଅବପାତ ଓ ପ୍ରବଳ ବର୍ଷା ସମ୍ଭାବନା: ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଜରୁରୀ ସମୀକ୍ଷା, ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ, ୨୪ ତାରିଖରେ ମଦ ଦୋକାନ ବନ୍ଦ ରହିବ, ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୩/୦୯/୨୬ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଆସନ୍ତା ୨୩ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଜରୁରୀ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବନ୍ୟା ଓ ଜରୁରୀ ପରିସ୍ଥିତିର ମୁକାବିଲା, ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀର ପ୍ରସ୍ତୁତି ଏବଂ…

Read More