ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ମାଲକାନଗିରି ବରଗଡ଼ ନବରଙ୍ଗପୁର

ସମ୍ବଲପୁରର ବିଭିନ୍ନ ହୋଟେଲରୁ ୨ ଶିଶୁ ଶ୍ରମିକ ଉଦ୍ଧାର: ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁରର ବିଭିନ୍ନ ହୋଟେଲରୁ ୨ ଶିଶୁ ଶ୍ରମିକ ଉଦ୍ଧାର: ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ:

ସମ୍ବଲପୁର ସହରରେ ଶିଶୁ ଶ୍ରମିକ ବିରୋଧରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ଦୁଇଟି ପ୍ରତିଷ୍ଠିତ ହୋଟେଲ ଉପରେ ଶ୍ରମ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଚଢ଼ାଉ କରାଯାଇ ଦୁଇ ଜଣ ନାବାଳକ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଚାଲିଥିବା ୪୪ ଦିନିଆ ‘ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା’ ଅଭିଯାନର ଅଂଶସ୍ୱରୂପ ଏହି ମିଳିତ ଚଢ଼ାଉ କରାଯାଇଥିଲା। ସୂଚନା ଅନୁଯାୟୀ, ଶ୍ରମ ବିଭାଗକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ସମ୍ବଲପୁରର ସାକ୍ଷୀପଡ଼ା ଏବଂ ମୁଦିପଡ଼ା ଫାର୍ମ ରୋଡ୍ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକରେ ହଠାତ୍ ଚଢ଼ାଉ କରାଯାଇଥିଲା। ଉଦ୍ଧାର ହୋଇଥିବା ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କର ବୟସ ୧୪ ବର୍ଷରୁ କମ୍ (ଶିଶୁ ଶ୍ରମିକ) ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୧୪ ରୁ ୧୮ ବର୍ଷ ମଧ୍ୟରେ (କିଶୋର ଶ୍ରମିକ) ବୋଲି ଜଣାପଡ଼ିଛି। ଉଭୟଙ୍କୁ ବିପଜ୍ଜନକ ପରିସ୍ଥିତିରେ ହୋଟେଲ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଉଦ୍ଧାର ପରେ ଉଭୟ ନାବାଳକଙ୍କୁ ସମ୍ବଲପୁରର ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଯାଇଛି।

ସମ୍ବଲପୁରର ବିଭିନ୍ନ ହୋଟେଲରୁ ୨ ଶିଶୁ ଶ୍ରମିକ ଉଦ୍ଧାର: ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ – ସମୀକ୍ଷା

ସେମାନଙ୍କର କାଉନସେଲିଂ କରାଯିବା ସହ ଥଇଥାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ, ଶିଶୁ ଏବଂ କିଶୋର ଶ୍ରମିକ ଆଇନ, ୧୯୮୬ ଅନୁଯାୟୀ ନାବାଳକଙ୍କୁ କାମରେ ରଖିଥିବା ହୋଟେଲ ମାଲିକମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ, ସମ୍ବଲପୁର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ପିଲାମାନଙ୍କୁ କାମକୁ ନପଠାଇ ସ୍କୁଲକୁ ପଠାଇବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯାଉଛି । ସମାଜରୁ ଶିଶୁ ଶ୍ରମିକ ଭଳି ଅଭିଶାପକୁ ଦୂର କରିବା ପାଇଁ ସାଧାରଣ ଜନତା ମଧ୍ୟ ଆଗେଇ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଟଣା: ଇଟାଲୀର ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢ଼ିବେ ମଲ୍ଲିପଶିର ସିଦ୍ଧାର୍ଥ ସାରଥୀ ବେଜ୍