ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡ/ ସମୀକ୍ଷା ନ୍ୟୁଜ: 04-11-2026
ନୂଆପଡା ଜିଲ୍ଲା କୋମନା ବ୍ଲକ ସିଲଭା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛିନ୍ଦପାଣି ଗ୍ରାମ ଠାରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଓଡିଶା କୃଷି ମରୁଡି ପ୍ରଶମନ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଯାନ୍ତ୍ରିକ ପ୍ରଣାଳୀରେ ଧାନ ବୁଣା (Mechanized Direct Seeded Rice – mDSR) ସମ୍ପର୍କିତ ଭ୍ରମଣ ଓ ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ, ସାହାଜଟ କାସିପଲା, ପଳସିପାଣି, ଶିଳଭା, ପଟକରପାଲି, ଛିନ୍ଦପାଣି ଏମିତି 6ଟି ଗ୍ରାମର 100ଚାଷୀ ଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ପଟେଲ, ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ଶ୍ରୀ ଦିଲ୍ଲୀପ କୁମାର ରାଉତ, ସମ୍ପଦ କୁମାର ନାୟକ, ଡକ୍ତର ବିଧାନ କୁମାର ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ବିଜୟ କୁମାର ବୈଧ ଓ ଅତିରିକ୍ତ ବ୍ଲକ କୃଷି ଅଧକାରୀ ସୌଦାମିନୀ ରାୟ ଉପସ୍ଥିତ ରହି ଚାଷୀ ମାନଙ୍କୁ ଯାନ୍ତ୍ରିକ ପ୍ରଣାଳୀରେ ବୁଣା ଧାନ ଚାଷର ଲାଭ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଓ ମେସିନ୍ ବୁଣା ଧାନ ର କ୍ରପ କଟିଙ୍ଗ କରାଯାଇ ଚାଷୀମାନଙ୍କୁ ବୁଝାଯାଇଥିଲା ।, ଦିଲୀପ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରି ଥିବା ବେଳେ IRRI କର୍ମଚାରୀ, ଆଶିଷ କୁମାର ଖମାରୀ, ଜଗନ୍ନାଥ ଜେନା, ଦିବାକର ଠେଲା, କୃଷି ଗ୍ରାମସେବକ କୁଶ ସୁନା, କୃଷି ଗ୍ରାମ ସେବକ ଶୀତମ ମୋଟାରୀ, ସରସ୍ବତୀ ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିବାରେ ସହଯୋଗ କରି ଥିଲେ ଶେଷରେ ସମ୍ପଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।






