ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : 09-11-2026
ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଗାଁରେ ପ୍ରଶାସନ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପବିତ୍ର କୁମାର ସାମଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଶିବିରର ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମନୀ ମାଝୀ ସରପଞ୍ଚ, ହରିଶ ଚନ୍ଦ୍ର ମାଝୀ ସମିତି ସଭ୍ୟ, କୋମନା ଗାଁରେ ପ୍ରଶାସନ ଅଭିଯୋଗ ସମାଧାନ ଶିବିର ମଞ୍ଚରେ ମଞ୍ଚାସୀନ ଥିଲେ । ତତ ସହିତ ରଂଜିତ କୁମାର ରଣା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରୁଦ୍ର ନାଗ ବିପିସି ଆରଏଚ, ପୂର୍ଣଚନ୍ଦ୍ର ରାଉତ ଯୋଗାଣ ଅଧିକାରୀ,ଜିତେନ୍ଦ୍ର ସାହୁ, ଏପିଓ଼ ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀ , ଉମା କାନ୍ତ ଭଟ୍ଟ ରାଜସ୍ବ ନିରୀକ୍ଷକ, ଅଭିରାମ ମାଝୀ ଜିଆରଏସ , ଅଙ୍ଗନୱାଡି ସୁପରଭାଇଜର,, କୃଷି ଗ୍ରାମ ସେବକ, ଏମବିକେ, ୱାର୍ଡ ସଭ୍ୟସଭ୍ୟା, ସିଆରପି, ଇସି ମେମ୍ବର, ଆଶାକର୍ମୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ, ଗାଁସାଥୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

ଏହି ଶୁଣାଣି ରେ ମନରେଗା ଯୋଜନାର କାମ ଓ ପାଉଣା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା, ବାର୍ଦ୍ଧକ୍ୟ ପେନସନ ଯୋଜନା, ରାସ୍ତାଘାଟର ଉନ୍ନତିକରଣ,ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳର ବ୍ୟବସ୍ଥା,ଦାଦନ ମାନଂକୁ ଫେରସ୍ତ ଆଣି କାମ ଯୋଗାଇବା, ପୋଖରୀ ଖନନ, ଜମି ମରାମତି, ରାସ୍ତାଘାଟ ନିର୍ମାଣ, ଆଦି ଅନେକ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ବାର୍ଦ୍ଧକ୍ୟ ଭତ୍ତା ଓ ଗ୍ରାମୀଣ ଗୃହ, ରାସ୍ତା ନିର୍ମାଣ, ଅଙ୍ଗନୱାଡି ଘର ନିର୍ମାଣ କରିବା ସମସ୍ୟା, ବିଦ୍ୟୁତ ସମସ୍ୟା ପାଇଁ ଅଭିଯୋଗ ଆସିଥିଲ।ବାହାବଲ ଗ୍ରାମର ଅନେକ ଜନସାଧାରଣ ଗାଁ ର ପାଣି ସମସ୍ୟା କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପାଖକୁ ଜନ ଅଭିଯୋଗ ଶୁଣାଣି ଠାରେ ଆସି ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା ବାହାବଲ ଗ୍ରାମରେ 138ଜଣ ଘର ବାସିନ୍ଦା ରହିବା ସତ୍ୱେ ପିଇବା ପାଣି ବ୍ୟବସ୍ଥା ନାହିଁ ଏବଂ ଫୋରାଇଡ଼ ଯୁକ୍ତ ପାଣି ସମସ୍ୟା ଗାଁ ରେ ରହିଛି ବୋଲି ଗରା, ମାଠିଆ, ବାଲଟି, ପାଣି ଡବା ଧରି ଆସିଥିଲେ। ବିଡ଼ିଓ ମହାଶୟ ବର୍ତ୍ତମାନ ପାଇଁ ଦୁଇ ଟ୍ୟାଙ୍କର ପାଣି ପ୍ରତିଦିନ ଦିଆଯିବ ବୋଲି ଗ୍ରାମବାସୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ।ସମୁଦାୟ 25 ଗୋଟି ଅଭିଯୋଗକାରୀ ଅଭିଯୋଗ କରିଥିଲେ। ଏହି ଗ୍ରାମପଞ୍ଚାୟତରେ ଆସିଥିବା ଅଭିଯୋଗ ର ତୁରନ୍ତ ସମାଧାନ ବିଡିଓ ପବିତ୍ର କୁମାର ସାମଲ କରିଥିଲେ ଓ କିଛି ଅଭିଯୋଗର ଉଚିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଂକୁ ଅବଗତ କରିଥିଲେ। ପେଣ୍ଡରାବନ ସରପଞ୍ଚ ପଦ୍ମନୀ ମାଝୀ ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଓ ଜନସାଧାରଣଙ୍କ ସହଯୋଗ ହେଲେ ନିଶ୍ଚୟ ଭାବେ ପେଣ୍ଡରାବନ ପଂଚାୟତ ର ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ ।





