ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:
ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ଙ୍କ ଆଗାମୀ ଚଳଚ୍ଚିତ୍ର ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’**କୁ ନେଇ ଏବେ ସିନେମା ଜଗତରେ ଚର୍ଚ୍ଚା ଜୋର୍ ଧରିଛି। ଦୀର୍ଘ ଅପେକ୍ଷା ପରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଥିବା ବେଳେ ସଲମାନ ଖାନ୍ଙ୍କ ଏକ ବିଶେଷ ଘୋଷଣା ଦର୍ଶକଙ୍କ ମନ ଜିଣିଛି। ଫ୍ୟାନ୍ସଙ୍କ ପାଇଁ ବଡ଼ ଭେଟି – ମାତ୍ର ୧୧ ଟଙ୍କାରେ ସିନେମା ଦେଖିବା ସୁଯୋଗ ଏହି ଫିଲ୍ମର ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ସଲମାନ ଖାନ୍ ଏକ ମାନବିକ ଘୋଷଣା କରିଛନ୍ତି। ୭୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନେ ମାତ୍ର ୧୧ ଟଙ୍କାରେ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଫିଲ୍ମର ଏକ ବିଶେଷ ଆକର୍ଷଣ ଭାବେ ଦେଖାଯାଉଛି।

ଏହି ଚଳଚ୍ଚିତ୍ରଟି ୨୦୨୦ ମସିହାର ଗଲୱାନ ଘାଟିର ଘଟଣାରୁ ପ୍ରେରିତ। ଏଥିରେ ସଲମାନ ଖାନ୍ ଜଣେ ଭାରତୀୟ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ। ଦେଶପ୍ରେମ, ସାହସ, ବଳିଦାନ ଓ ସୈନିକ ପରିବାରର ଭାବନାକୁ କାହାଣୀରେ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର ୧୦ ତାରିଖ ରାତିରେ ସଲମାନ ଖାନ୍ ଫିଲ୍ମର ଅଫିସିଆଲ୍ ଟ୍ରେଲର ମଧ୍ୟ ରିଲିଜ୍ କରିଛନ୍ତି। ଏହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଛି। ସବୁଠାରୁ ବଡ଼ କଥା ହେଉଛି, ଦୀର୍ଘ ଦିନ ପରେ ସଲମାନ ଖାନ୍ଙ୍କୁ ଏକ ଦେଶପ୍ରେମଭିତ୍ତିକ ଭିନ୍ନ ଧରଣର ଚରିତ୍ରରେ ଦେଖିବାକୁ ମିଳିବ। ତେବେ ଡିସେମ୍ବର ୪ ତାରିଖରେ ଏହି ଫିଲ୍ମ ଦର୍ଶକଙ୍କ ମନ ଜିଣିବାରେ କେତେ ସଫଳ ହେବ, ତାହା ଦେଖିବାକୁ ସିନେମାପ୍ରେମୀମାନେ ଅପେକ୍ଷା କରିଛନ୍ତି। ସଲମାନଙ୍କ ମାତୃଭୂମି ସିନେମାକୁ ନେଇ ବଡ଼ ଘୋଷଣା, ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକେଟ୍ ମାତ୍ର ୧୧ ଟଙ୍କା!





