ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୮ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୯ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୯ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Nuapada 11th Meeting of the 6th Zilla Parishad: ନୂଆପଡ଼ାରେ ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ବୈଠକ ଅନୁଷ୍ଠିତ

Nuapada 11th Meeting of the 6th Zilla Parishad: ନୂଆପଡ଼ାରେ ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : 11-11-2026

ନୂଆପଡ଼ା ଜିଲ୍ଲାର ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ବୈଠକ ଆଜି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ଅନ୍ୟା ଦାସ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ ଓ ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପଙ୍କ ସମେତ ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ବିଭାଗୱାରୀ ଭାବେ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଲକ୍ଷ୍ୟଧାର୍ଯ୍ୟ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଯୋଗାଣ, ଜଙ୍ଗଲ ଓ ପରିବେଶ ଆଦି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ସହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଦିଗରେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Nuapada 11th Meeting of the 6th Zilla Parishad: ନୂଆପଡ଼ାରେ ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Baripada Festival Mayuri: ବାରିପଦା ଆଜିଠୁ ଆରମ୍ଭ ହେବ ୪ ଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ