ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କେନ୍ଦ୍ରାପଡ଼ା ମାଲକାନଗିରି କୋରାପୁଟ

Nayagarh Madhu Babu Pension distribution: ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନୂଆ ମଧୁବାବୁ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Nayagarh Madhu Babu Pension distribution: ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନୂଆ ମଧୁବାବୁ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା ଖବର

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ:

ଅଦ୍ୟ ତା ୧୨.୧୧.୨୦୨୬ ରିଖରେ ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମଧୁ ବାବୁ ପେନସନ୍ ଯୋଜନା (MBPY) ଅନ୍ତର୍ଗତ ନୂଆ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ମନ୍ତ୍ରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମୋଟ୍ ୮୦୦ ଜଣ ନୂଆ ହିତାଧିକାରୀଙ୍କୁ ନୂଆ ଭତ୍ତା ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ, ଶ୍ରୀ ଦୁଷ୍ମନ୍ତ ସ୍ବାଇଁ , ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଈଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼, ଜିଲ୍ଲାପାଳ, ଶ୍ରୀମତୀ ମଧୁମିତା ରଥ, ପୌର ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ନିରୂପମା ଖଟେଇ, , ନୟାଗଡ଼, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳ, ନୟାଗଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଅନ୍ୟାନ୍ୟ ଅତିଥି ମାନେ ନୂଆ ପେନସନ୍ ବଣ୍ଟନ ଉପରେ ବକ୍ତବ୍ୟ ରଖିଥିଲେ। ମାନନୀୟ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜିର କାର୍ଯ୍ୟକ୍ରମକୁ ନେଇ ବିଶେଷ ଭାବେ ବକ୍ତବ୍ୟ ରଖିବା ସହ UPMP – Unified Pension Management Portal ଉପରେ ଆଲୋକପାତ କରିଥିଲେ। ଏବେ ଆଉ ଟାର୍ଗେଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ିବନି, ପ୍ରତି ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର କରାଯିବ ବୋଲି ସେ କହିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, କାମଦେବ ନାୟକ, ନୟାଗଡଙ୍କ ସହ ଜିଲ୍ଲାର ଓ ବ୍ଲକ ରୁ ଆସିଥିବା ସମସ୍ତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ ଜିଲ୍ଲା ପରିଷଦ ଧନ୍ୟବାଦ ଅର୍ପଣ କରିଥିଲେ।

Nayagarh Madhu Babu Pension distribution: ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନୂଆ ମଧୁବାବୁ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Social worker Golak Nayak rescued child who had fallen into a well: କୂଅରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କଲେ ଯୁବ ସମାଜସେବୀ ଗୋଲକ ନାୟକ