ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କୋରାପୁଟ ମାଲକାନଗିରି ବରଗଡ଼ କେନ୍ଦ୍ରାପଡ଼ା

PCC President Bhakta Charan Das visit Mayurbhanj : ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମୟୂରଭଞ୍ଜ ଗସ୍ତ

PCC President Bhakta Charan Das visit Mayurbhanj : ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମୟୂରଭଞ୍ଜ ଗସ୍ତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୫/୧୧/୨୬ – ଆଗାମୀ ନିର୍ବାଚନକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ କ୍ଷେତ୍ର ପ୍ରସ୍ତୁତି ପାଇଁ ସଜବାଜ ହେବା ଆରମ୍ଭ କରିଦେଲେଣି । ସେହି କ୍ରମରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କର୍ମୀମାନଙ୍କ ତରଫରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଜିଲ୍ଲା କଂଗ୍ରେସ ସଭାପତି ପୁର୍ଣ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଗାମୀ ତା ୧୮ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବାରିପଦା ଗସ୍ତ ଓ କର୍ମୀ ସମ୍ମିଳନୀ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରୀ ବିଶ୍ୱାଳ ଓ ଅନ୍ୟ ବକ୍ତାଗଣ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପସ୍ଥିତି ସମସ୍ତ କର୍ମୀ ମାନଙ୍କୁ କାର୍ଯ୍ୟକ୍ରମର ରୂପରେଖ ବର୍ଣନା କରିଥିଲେ । ଉକ୍ତ କର୍ମୀ ସମ୍ମିଳନୀ ରେ ଅନ୍ୟ ଦଳର କିଛି ନେତୃ ବୃନ୍ଦ ଓ କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସ ରର ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ସଭାପତି ଶ୍ରୀ ଦାସ ତା ୧୮/୧୧/୨୬ ରିଖ, ବୁଧୁବାର ପୂର୍ବାହ୍ନ ୧୧ ଟା ସମୟରେ ଏକ ବିଶାଳ ରାଲିରେ ଜଗନ୍ନାଥ ମନ୍ଦିର ଠାରୁ ବାହାରି ବଜାର ପରିକ୍ରମା କରି କଲେଜ ପଡିଆରେ ସ୍ଥିରୀକୃତ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ରେ ଯୋଗ ଦେଇ ସଭାକୁ ଉଦବୋଧନ ଦେବାର ସ୍ଥିର ହୋଇଛି । ଏହି ପ୍ରସ୍ତୁତି ବୈଠକକୁ ସଫଳ କରିବା ପାଇଁ ପୂର୍ବତନ ସଭାପତି ନିରୋଜ ଲୋଚନ ଦାଶ, ରାଜ୍ୟ ସାଧାରଣ ସମ୍ପାଦକ ଅରବିନ୍ଦ ଦାସ, ରାଜ୍ୟ ବ୍ୟବସାୟୀ କଂଗ୍ରେସ ଅଧ୍ୟକ୍ଷ ଯୋଗେଶ ଅଗ୍ରୱାଲ, ରାଜ୍ୟ ଆଦିବାସୀ ଉପାଧକ୍ଷ ଚୈତନ୍ୟ ହାଁସଦା, ଓକିଲ ସଙ୍ଘ ସଭାପତି ଜ୍ୟୋତି ପ୍ରକାଶ ରଥ, ପୂର୍ବତନ ମହିଳା ସଭାପତି ସୁସ୍ମିତା ଘୋଷାଲ, ଜିଲ୍ଲା କୃଷକ ସଭାପତି ଦୀପକ ଦାସ, ଜିଲ୍ଲା ମହିଳା ସଭା ନେତ୍ରୀ ରଶ୍ମିତା ମିଶ୍ର, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଶୁଭସ୍ମିତା ଦାଶ, ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଦୁଃଖିଶ୍ୟାମ ମୁର୍ମୁ, ଜିଲ୍ଲା ଏସ. ସି ସେଲ ସଭାପତି ସସ୍ମିତା ବେହେରା ଆଦି ସଭା ମଣ୍ଡନ କରିଥିଲେ । ଏତଦ ବ୍ୟତୀତ କାର୍ଯ୍ୟକ୍ରମରେ ଚନ୍ଦନ କିସ୍କୁ, ନଳିନୀ ପଟ୍ଟନାୟକ, ରବି ନାରାୟଣ ପରିଡା, ସୁନିତା ନାୟକ, ଅଶୋକ ଗିରି, ମାଧବୀ ସେନାପତି, ଗୌରୀ ନାୟକ, ସବିତା ସୋରେନ, ଜୀବନ ବାରିକ ଆଦିଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ଉପସଭାପତି ନାରାୟଣ ପଟ୍ଟନାୟକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

PCC President Bhakta Charan Das visit Mayurbhanj : ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମୟୂରଭଞ୍ଜ ଗସ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Road accident villagers road blockade : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ଯୁବକ ମୃତ, ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ରୋକ ଜାରି