ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦ୍ରାପଡ଼ା ବରଗଡ଼ ମାଲକାନଗିରି କୋରାପୁଟ

Educationist Dr. Sheikh Abdul Hakim doctorate degree: ଶିକ୍ଷାବିତ୍ ଡ.ଶେଖ୍ ଅବଦୁଲ ହାକିମଙ୍କୁ ଦ୍ୱିତୀୟ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ

Educationist Dr. Sheikh Abdul Hakim doctorate degree: ଶିକ୍ଷାବିତ୍ ଡ.ଶେଖ୍ ଅବଦୁଲ ହାକିମଙ୍କୁ ଦ୍ୱିତୀୟ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ – ସମୀକ୍ଷା ଖବର

ରତିକାନ୍ତ ନାୟକ/ସମୀକ୍ଷା ନ୍ୟୁଜ /ଭଦ୍ରକ :

ଭଦ୍ରକ ୧୯/୧୧ : ଧାମନଗର ଅଞ୍ଚଳର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ,ବିଶିଷ୍ଟ ସମାଜସେବୀ ତଥା ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ.ଶେଖ୍ ଅବଦୁଲ ହାକିମ (ଗୋରା ସାର୍)ଙ୍କୁ ଦ୍ୱିତୀୟ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଛି। ୱାରଲ୍ଡ ହ୍ୟୁମାନ ରାଇଟସ ପ୍ରୋଟେକସନ ଅର୍ଗାନାଇଜେସନ ଇନ ଆସୋସିଏସନ ଉଇଥ ଆମେରିକାନ ଗ୍ଲୋବାଲ ଡିଜିଟାଲ ୟୁନିଭରସିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଆୟୋଜିତ ଏକ ଭବ୍ୟ ସମାବର୍ତ୍ତନ ସମାରୋହରେ ତାଙ୍କୁ ଏହି ଗୌରବମୟ ଉପାଧି ପ୍ରଦାନ କରାଯାଇଛି।ଡ.ହାକିମ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ,ପ୍ରତିଷ୍ଠିତ ସମାଜସେବୀ ତଥା ସୁଦକ୍ଷ ସଂଗଠକ। ସେ “ହୁସନାରା ହାକିମ୍ ଏଜୁକେସନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ”ର ପ୍ରତିଷ୍ଠାତା ତଥା ଶିକ୍ଷାର ପ୍ରଚାର ଓ ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଏଥିସହ ସେ ଭାଇଚାରାର ସହର ଧାମନଗର ବରିଷ୍ଠ ନାଗରିକ ପରିଷଦର ଉପସଭାପତି,ଧାମନଗର ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ଅନ୍ୟାନ୍ୟ ବହୁ ସାମାଜିକ ଅନୁଷ୍ଠାନ ସହ ସକ୍ରିୟ ଭାବେ ଜଡ଼ିତ ରହି ସମାଜର ଉନ୍ନତି ଓ ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିଛନ୍ତି। ପ୍ରକାଶ ଥାଉକି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ପୂର୍ବରୁ”ଆମେରିକାନ୍ ମେରିତ କାଉନ୍ସିଲ”ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ଏଥିସହ ତାଙ୍କର ନିଃସ୍ୱାର୍ଥପର ସେବା ଓ ନିଷ୍ଠାପର କାର୍ଯ୍ୟ ପାଇଁ ସେ ‘ଶିକ୍ଷାରତ୍ନ’ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏପରିକି ପୂର୍ବତନ ସାଂସଦ ଓ ବିଧାୟକମାନେ ମଧ୍ୟ ‘ଧାମନଗର ମହୋତ୍ସବ’ ଅବସରରେ ତାଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କୁ ଦ୍ୱିତୀୟ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ମିଳିବା ପରେ ସମଗ୍ର ଧାମନଗର ଅଞ୍ଚଳରେ ଆନନ୍ଦର ଓ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି। ଏହି ଗୌରବମୟ ସଫଳତା ସମ୍ପର୍କରେ ନିଜର ମତ ରଖି ଗୋରା ସାର୍ କହିଛନ୍ତି ଯେ ଏହି ସମ୍ମାନ ତାଙ୍କୁ ସମାଜସେବା କ୍ଷେତ୍ରରେ ଆଗାମୀ ଦିନରେ ଆହୁରି ଅଧିକ ନିଷ୍ଠା ଓ ଉତ୍ସାହର ସହ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ଏବଂ ଏହି ସ୍ୱୀକୃତି ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଶିକ୍ଷାବିତ୍ ଡ.ଶେଖ୍ ଅବଦୁଲ ହାକିମ ମତପ୍ରକାଶ କରିଛନ୍ତି ।

Educationist Dr. Sheikh Abdul Hakim doctorate degree: ଶିକ୍ଷାବିତ୍ ଡ.ଶେଖ୍ ଅବଦୁଲ ହାକିମଙ୍କୁ ଦ୍ୱିତୀୟ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Dhusuri-Hasnabad road collapses: ଧୂଷୁରୀ ହସନାବାଦ ରାସ୍ତାରେ ନବନିର୍ମିତ କଲଭର୍ଟର ଆପ୍ରୋଚ୍ ରୋଡ୍ ଭୁଶୁଡ଼ିଲା