ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୪ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୮ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୧୨ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ ୧୭ ମିନିଟ ପୂର୍ବେYoung Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି ୪୩ ମିନିଟ ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ୫୦ ମିନିଟ ପୂର୍ବେNuapada Road Safety Committee : ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୂଆପଡ଼ା ମାଲକାନଗିରି ଖୋର୍ଦ୍ଧା କେନ୍ଦୁଝର ବରଗଡ଼

Young Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି

Young Generation Online Gambling:  ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି – ସମୀକ୍ଷା ଖବର

ସର୍ଟକଟ୍ ଟଙ୍କାର ମାୟା- ଯୁବପିଢ଼ି ପଥଭ୍ରଷ୍ଟ

Young Generation Online Gambling:  ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି – ସମୀକ୍ଷା

ଦୀପକ ସମାଦ୍ୱାର/ଟିଟିଲାଗଡ଼/ /ସମୀକ୍ଷା ନ୍ୟୁଜ:

ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଅଳ୍ପ ସମୟରେ ଅଧିକ ଧନୀ ହେବାର ନିଶା ଏକ ମାରାତ୍ମକ ରୂପ ଧାରଣ କରିଛି। ହାତ ପାହାନ୍ତାରେ ସ୍ମାର୍ଟଫୋନ୍ ଏବଂ ଡାଟା ଉପଲବ୍ଧ ହେବା ପରେ ଅନ୍‌ଲାଇନ୍ ଗେମିଂ ନାଁରେ ଚାଲିଥିବା ଜୁଆ ବା ବେଟିଂ ଏବେ ସମାଜ ପାଇଁ ଏକ ବଡ଼ କ୍ୟାନସର ସଦୃଶ ହୋଇଛି। କାମଧନ୍ଦା କରି ପରିଶ୍ରମର ସହ ରୋଜଗାର କରିବା ପରିବର୍ତ୍ତେ ମୋବାଇଲ୍ ସ୍କ୍ରିନ୍‌ରେ ଆଙ୍ଗୁଠି ଚିପି ଲକ୍ଷପତି ହେବାର ସ୍ୱପ୍ନ ଯୁବକମାନଙ୍କୁ ପଥଭ୍ରଷ୍ଟ କରୁଛି। ଯାହାର ପରିଣାମ ସ୍ୱରୂପ ବେକାରୀ ସମସ୍ୟା ବଢ଼ିବା ସହ ଅନେକ ପରିବାର ଆଜି ସର୍ବସାନ୍ତ ହେବାକୁ ବସିଛନ୍ତି। ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ବେଟିଂ ଆପ୍‌ଗୁଡ଼ିକ ଆକର୍ଷଣୀୟ ବିଜ୍ଞାପନ ଜରିଆରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଛନ୍ତି। ଥରେ ଖେଳିଲେ ଲକ୍ଷେ ଜିତିବେ ଭଳି ପ୍ରଲୋଭନରେ ପଡ଼ି ଯୁବକମାନେ ନିଜ ପାଖରେ ଥିବା ଅଳ୍ପ ବହୁତ ସଞ୍ଚୟକୁ ଏଥିରେ ହରାଉଛନ୍ତି। ଏହି ନିଶା ଏତେ ଭୟଙ୍କର ଯେ ଥରେ ହାରିଲେ ତାହାକୁ ଭରଣା କରିବା ଆଶାରେ ସେମାନେ ବାରମ୍ବାର ଖେଳୁଛନ୍ତି ଏବଂ ଶେଷରେ ଋଣ ଯନ୍ତାରେ ଫସି ଯାଉଛନ୍ତି।

Young Generation Online Gambling:  ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି – ସମୀକ୍ଷା

ଏହି ସର୍ଟକଟ୍ ରୋଜଗାର ପନ୍ଥା ଯୋଗୁଁ ଯୁବପିଢ଼ିଙ୍କ ମଧ୍ୟରେ କର୍ମଠ ମନୋଭାବ କମିବାରେ ଲାଗିଛି। ଯେଉଁ ବୟସରେ ଯୁବକମାନେ କ୍ୟାରିୟର ଗଢ଼ିବା କଥା ସେହି ସମୟରେ ସେମାନେ ଅନ୍‌ଲାଇନ୍ ଜୁଆରେ ସମୟ ନଷ୍ଟ କରୁଛନ୍ତି। ଶାରୀରିକ ବା ମାନସିକ ପରିଶ୍ରମ କରି କାମ କରିବାକୁ ସେମାନେ ବିମୁଖ ହେଉଛନ୍ତି। ଯେତେବେଳେ ଜୁଆ ଖେଳିବା ପାଇଁ ଟଙ୍କା ସରିଯାଉଛି ସେତେବେଳେ ସେମାନେ ଚୋରି,ଡକାୟତି କିମ୍ବା ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଉ ନାହାନ୍ତି। ଏହା କେବଳ ବ୍ୟକ୍ତିଗତ କ୍ଷତି କରୁନାହିଁ ବରଂ ଦେଶର ଅର୍ଥନୀତି ଓ ସାମାଜିକ ଶୃଙ୍ଖଳା ଉପରେ ମଧ୍ୟ କୁପ୍ରଭାବ ପକାଉଛି। ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ନିମ୍ନ ମଧ୍ୟବିତ୍ତ ପରିବାରର ପିଲାମାନେ ନିଜ ପାଠପଢ଼ା ଖର୍ଚ୍ଚ କିମ୍ବା ଘରର ଅତି ଦରକାରୀ ଟଙ୍କାକୁ ଏହି ଖେଳରେ ଲଗାଇ ଦେଉଛନ୍ତି। ହାରିଯିବା ପରେ ମାନସିକ ଚାପ ସହ୍ୟ ନକରିପାରି କିଛି ଯୁବକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି।ତାହାର ଉଦାହରଣ ମଧ୍ୟ ଦେଖିବାକୁ ମିଳୁଛି l କିଛି ସଚେତନ ଲୋକଙ୍କ ମତରେ ଅନ୍‌ଲାଇନ୍ ଜୁଆ ଏକ ମାନସିକ ରୋଗ ପରି ବ୍ୟାପୁଛି। ଯଦି ସରକାର ଏହି ଆପ୍‌ଗୁଡ଼ିକ ଉପରେ କଡ଼ା କଟକଣା ନଲଗାନ୍ତି ଏବଂ ଅଭିଭାବକମାନେ ସଚେତନ ନହୁଅନ୍ତି ତେବେ ଆଗାମୀ ଦିନରେ ଏକ କର୍ମକୁଢ଼ୁଆ ଓ ମାନସିକ ସ୍ତରରେ ଦୁର୍ବଳ ପିଢ଼ି ସୃଷ୍ଟି ହେବ ନିଶ୍ଚିତ l

Young Generation Online Gambling:  ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Child Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ