ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:
ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଦେଇ ଯାତାୟାତକୁ ଦୁଇ ଦିନ ପାଇଁ ବନ୍ଦ ରଖିବା ନେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀବେଦଭୂଷଣ ଓ ଗଞ୍ଜାମ ଜିଲ୍ଲାପାଳ ପକ୍ଷରୁ ସୂଚନା ଜାରି ହୋଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଥିବା ଲଘୁଚାପ ଜନିତ ବର୍ଷା ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି।

ପ୍ରତିକୂଳ ପାଣିପାଗ ସମୟରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତା ଅବରୋଧ ଓ ଅନ୍ୟାନ୍ୟ ବିପଦର ଆଶଙ୍କା ରହିଥିବାରୁ ଯାତ୍ରୀମାନେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି ଦୁଇ ଦିନ ଧରି କଳିଙ୍ଗା ଘାଟି ଦେଇ ଅତ୍ୟାବଶ୍ୟକ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ଯାତ୍ରୀ ଓ ଭାରୀ ଯାନବାହନ ଚାଳକ ମାନେ ପାଣିପାଗର ସ୍ଥିତି ପ୍ରତି ନଜର ରଖିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି କୁହାଯାଇଛି।






