ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ, ଚଲକି, ଖୁଜେନପାଲି, ଅନ୍ତର୍ଲା, ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଯଇଁତରା, ନୂଆପଡ଼ା, ଜାମିଲିଶର, ବାଙ୍କେଲ ଓ କର୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଭାରତରୁ ନିରକ୍ଷରତା ଦୂର କରି ସମସ୍ତଙ୍କୁ ସାକ୍ଷର କରିବା ଦିଗରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଭାରତ ସରକାରଙ୍କ ପକ୍ଷରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବାନ୍ଦୁପଲା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପ୍ରାୟ ୩୦୩ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସମସ୍ତ ବିଦ୍ୟାଳୟର ଶିକ୍ଷକମାନେ ଏହି ପରୀକ୍ଷା ପରିଚାଳନା କରିଥିବାବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ଓ ସିଆରସିସି ଲିଲୁ ମୋହନ ପ୍ରଧାନ ତଦାରଖ ଦାୟିତ୍ୱରେ ରହିଥିଲେ।






