ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୨୪/୦୯/୨୬ (ଭଗବାନ ମହାନ୍ତି):ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର ୬ ଦାଦନ ଶ୍ରମିକ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ, ଉକ୍ତ ପରିବାରଙ୍କ ଘର ହାତୀ ଭାଙ୍ଗି ଦେଇଥିବାରୁ ସେମାନେ ଅସହାୟ ହୋଇପଡ଼ିଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉକ୍ତ ଜଙ୍ଗାଳିଆ ବସ୍ତିକୁ ଯାଇ ୬ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଜମି ପଟ୍ଟା, ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ, ରାସନ କାର୍ଡ, ଜବ୍କାର୍ଡ, ଭତ୍ତା ଆଦି ସରକାରୀ ଯୋଜନାରେ ସାମିଲ କରିଥିଲେ।

ଏହାସହ ପାନୀୟ ଜଳ ବ୍ୟବସ୍ଥା ପାଇଁ ବୋରୱେଲ ଏବଂ ଆଲୁଅ ପାଇଁ ସୌର ବିଦ୍ୟୁତ୍ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ଅବସରରେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀଙ୍କ ସମେତ ଅନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ। ବହୁଦିନର ଅପେକ୍ଷାର ଅନ୍ତ ଘଟିଥିବାରୁ ୬ ଦାଦନ ଶ୍ରମିକ ପରିବାର ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।






