ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ – ସମୀକ୍ଷା ଖବର

ଟିଟିଲାଗଡ଼ ସମୀକ୍ଷା ନ୍ୟୁଜ୍// ସନ୍ତୋଷ କୁମାର ପଟ୍ଟନାୟକ/ଭଗବାନ ମହାନ୍ତି:

ବଲାଙ୍ଗୀର ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଗଠନର ଦ୍ୱିବାର୍ଷିକ ନିର୍ବାଚନ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସମ୍ପନ୍ନ ହୋଇଛି। ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ୍ତ ମିଶ୍ର ସଭାପତି ଏବଂ ଅଭୟ ତ୍ରିପାଠୀ ସମ୍ପାଦକ ଭାବେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଓୟୁଜେ ସଦସ୍ୟ ଶ୍ରୀବତ୍ସ ବେହେରା ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଋତୁରାଜ ସିଂ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ – ସମୀକ୍ଷା

ଏହା ପୂର୍ବରୁ ଅନୁଷ୍ଠିତ ସଭାରେ ଓୟୁଜେର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କମ୍ବୁପାଣି ମିଶ୍ର ମୁଖ୍ୟ ଅତିଥି ତଥା ସଂଘର ରାଜ୍ୟ ଉପସଭାପତି ସନ୍ତୋଷ ସିଂଦେଓ, ବରିଷ୍ଠ ସଦସ୍ୟ ଦୀପକ ସମ୍ମାଦାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓୟୁଜେ ସର୍ବଦା ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ପେନସନ ନେଇ ସଂଗ୍ରାମ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ସାମ୍ବାଦିକମାନେ ନିର୍ଭିକ ଭାବେ ନିରପେକ୍ଷ ଓ ସତ୍ୟ ଖବର ପ୍ରସାରଣ କରିବା ସହ ନିଜ ପେଷାର ଗାରିମା ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ।

ସଂଘର ବରିଷ୍ଠ ସଦସ୍ୟ ଦିଲୀପ ପୁରୋହିତ, ଜଗଦୀଶ ଜୈନ, ଈଶ୍ୱର ଜୈନ, ଧନମତ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପଶାୟତ, ସଞ୍ଜୟ ବେହେରା, ଭଗବାନ ମହାନ୍ତି, ,ସନତ ପାଢ଼ୀ, ଅଶୋକ ତ୍ରିପାଠୀ, ପ୍ରଭଜିତ ସିଂ ସାଲୁଜା, ଅନିଲ ତ୍ରିପାଠୀ, ପ୍ରକାଶ ଗୋୟଲ, ବିଭୁ କଲ୍ୟାଣ ଗଡ଼ତିଆ, ଅବିନାଶ ନନ୍ଦ, ତରୁଣ ବେହେରା, ଅଜିତ ସାହୁ, ସୁରଦାଶ ବାଗ, ସନ୍ତୋଷ ପଟ୍ଟନାୟକ, ଭବାନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଡିଜେର ବିକଟାଳ ଶବ୍ଦରେ ଭୁସୁଡ଼ିଲା ପଞ୍ଜାବ ବ୍ୟାଙ୍କର ଦ୍ଵିତୀୟ ମହଲା ତାଜା, ଜଣେ ମୃତ ଓ ଜଣେ ଗୁରୁତର ୫ ରୁ ଅଧିକ ଆହତ