ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବାନ୍ଦୁପଲା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପତାକା ଶୋଭାଯାତ୍ରା

ବାନ୍ଦୁପଲା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପତାକା ଶୋଭାଯାତ୍ରା – ସମୀକ୍ଷା ଖବର

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ:

ଟିଟିଲାଗଡ଼/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମ ପଞ୍ଚାୟତରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଶ୍ରୀ ଗୋପାଳ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗ୍ରାମସଭାରେ ପଞ୍ଚାୟତର ବିକାଶ, ସ୍ୱଚ୍ଛତା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଏବଂ ସାମୂହିକ ଭାବରେ ଶପଥପାଠ କରାଯାଇଥିଲା l
ସଭାରେ ଟିଟିଲାଗଡ଼ ବିଡିଓ ଶ୍ରୀ ଚନ୍ଦ୍ରମଣି ନାଗଙ୍କ ସମେତ ନାଏବ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲବୀ ସାହୁ, ADEO ରାଜକୁମାର ଶର୍ମା, ସପ୍ଲାଇ ଅଫିସର, ହର୍ଟିକଲଚର JE ଦୁଲେଶ୍ୱରୀ ମାଝୀ, ତହସିଲ ଅଫିସର କନଭର୍ସନ କ୍ଲର୍କ ଶ୍ରୀ ଅନୁରାଗ ଇନ୍ଦୋରିଆ, CYSDରୁ ରାଣୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ପଞ୍ଚାୟତ ଗ୍ରାମସାଥୀ ମେଟ୍ ଶ୍ରୀ ଧର୍ମେନ୍ଦ୍ର ନାଗ, ସୁଶୀଲ ଶିକା, ଅଜୟ ସୁନା, ମୋତିଲାଲ କୁମ୍ଭାର, ଗିରିଧାରୀ ମହାନନ୍ଦ, ବଳଦେବ ମାଝୀଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଶ୍ରମିକ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ।

ବାନ୍ଦୁପଲା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପତାକା ଶୋଭାଯାତ୍ରା – ସମୀକ୍ଷା


ଗ୍ରାମସଭାରେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତାର ବାର୍ତ୍ତାକୁ ଆଧାର କରି ପଞ୍ଚାୟତକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ସହିତ ଗ୍ରାମର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜନସାଧାରଣଙ୍କ ସକ୍ରିୟ ଭାଗିଦାରି ମାଧ୍ୟମରେ ପଞ୍ଚାୟତର ବିକାଶକୁ ଆହୁରି ଆଗେଇ ନେବା ନେଇ ମତପ୍ରକାଶ ପାଇଥିଲା।
ପରେ ବିଡିଓ ଶ୍ରୀ ଚନ୍ଦ୍ରମଣି ନାଗଙ୍କ ନେତୃତ୍ୱରେ ଏକ ଆକର୍ଷଣୀୟ ପତାକା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ପଞ୍ଚାୟତର ଜନପ୍ରତିନିଧି, କର୍ମଚାରୀ, ଶ୍ରମିକ ଓ ଗ୍ରାମବାସୀ ଉତ୍ସାହର ସହିତ ସାମିଲ ହୋଇ ଗାନ୍ଧୀଜୀଙ୍କ ସ୍ୱଚ୍ଛତା, ଶାନ୍ତି ଓ ସେବାର ବାର୍ତ୍ତାକୁ ଜନମାନସରେ ପହଞ୍ଚାଇଥିଲେ।
ଗାନ୍ଧୀ ଜୟନ୍ତୀ ଅବସରରେ ବାନ୍ଦୁପଲା ପଞ୍ଚାୟତର ଏଭଳି ସାମୂହିକ ପ୍ରୟାସ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ଓ ବିକାଶମୂଳକ ମନୋଭାବକୁ ଆହୁରି ସୁଦୃଢ଼ କରିବ ବୋଲି ମତପ୍ରକାଶ ପାଇଛି

ବାନ୍ଦୁପଲା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଓ ପତାକା ଶୋଭାଯାତ୍ରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲ ବ୍ଲକ ପମ୍ପ ଡ୍ରାଇଭର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ