ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:୧୧।୧୦ : ଫାଟିଲା ଗ୍ୟାସ ଟାଙ୍କି। ଜଳିଗଲା ଜଳଖିଆ ଦୋକାନ। ଏଥିସହ ଦୋକାନରେ ଥିବା ୭ ଜଣ ଜଳିଯାଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟା ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି । ଏଭଳି ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଜପକୁଦ ବଜାରରେ ଘଟିଛି। କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ ଦିନବନ୍ଧୁ ବେହେରାଙ୍କ ଏକ ଜଳିଖିଆ ଦୋକାନ । ଏହି ଜଳଖିଆ ଦୋକାନରେ ହଠାତ ଗ୍ୟାସ ଟ୍ୟାଙ୍କି ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କ ମଧ୍ୟରେ ଦୋକାନ ମାଲିକ ଦିନବନ୍ଧୁ ବେହେରା, ଦୁଇ ଜଣ ମହିଳା ସୁହାନା ବିବି, ରିଆନା ବିବି ଏବଂ ତାଙ୍କର ତିନି ବର୍ଷର ଏକ ଝିଅ ବୋଲି ଜଣା ପଡିଛି। ଏ ପର୍ଯ୍ୟନ୍ତ ଅନ୍ୟ ତିନି ଜଣଙ୍କ ପରିଚୟ ମିଳି ପାରିନାହିଁ । ସବୁ ଗୁରୁତରଙ୍କୁ କଟକ ହସ୍ପିଟିଲା ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।






